
ମୟୁରଭଞ୍ଜ,୦୭/୦୬/୨୧ (ଜିଲ୍ଲା ଖବର) : ବର୍ଷା ସହିତ ପ୍ରବଳ ବଜ୍ରପାତ ହୋଇଛି । ଏହି ବଜ୍ରପାତରେ ଶୁଳିଆପଦା ବ୍ଲକ୍ କାଣିମହୁଲି ପଞ୍ଚାୟତ ଅଧିନ ଜୁଳକ ଗ୍ରାମର କାର୍ତ୍ତିକ ସିଂଙ୍କ ଘରଟି ସଂପୂର୍ଣ୍ଣ ଜଳିଯିବା ସହିତ ଗୃହପାଳିତ ପଶୁପକ୍ଷୀଙ୍କ ଜୀବନ ହାନୀ ହୋଇଥିବା ଦେଖିବାକୁ ମିଳିଛି। ଏହାସହ ପଡୋଶୀ ଗୁରୁଭା ସିଂଙ୍କ ସ୍ତ୍ରୀ ସରସ୍ୱତୀ ଗୁରୁତର ହୋଇଥି ଖବର ମିଳିଛି।
ସୁଚନା ମୁତାବକ ଆଜି ଅପରାହ୍ନରେ ବଜ୍ରପାତରେ ଜୁଳକ ଗ୍ରାମରେ ବଜ୍ରପାତ ଘଟି କାର୍ତ୍ତିକ ସିଂଙ୍କ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଘର ପିଣ୍ଡାରେ ବନ୍ଧା ହୋଇଥିବା ୨ ଟି ବଳଦ,୧ ଟି ଗାଈ,୧ ଟି ବାଛୁରୀ,୫ ଟି ଛେଳି,୧୫ ଟି କୁକୁଡା,୧୨ କ୍ବିଣ୍ଟାଲ୍ ସବାଇ ଘାସ ଦଉଡି,୨୦ କ୍ବିଣ୍ଟାଲ୍ ଧାନ,ସମସ୍ତ ଆସବାବପତ୍ର, ଲୁଗାପଟା ପୋଡି ନଷ୍ଟ ହୋଇଯାଇଛି। ତେବେ କାର୍ତ୍ତିକ ଙ୍କ ପରିବାର ଏହି ଦୁର୍ଘଟଣା ରୁ ବର୍ତୀ ଯାଇଥିବା ବେଳେ ପଡୋଶୀ ଗୁରୁଭା ସିଂଙ୍କ ସ୍ତ୍ରୀ ସରସ୍ବତୀ ସିଂ ଗୁରୁତର ହୋଇଥିବା ସୁଚନା ମିଳିଛି।
ଖବର ପାଇ ଦେଉଳି ଆରଆଇ ପୁରୁଷୋତ୍ତମ ସେଠୀ ଘଟଣା ସ୍ଥଳରେ ପହଞ୍ଚି ପଲିଥିନ ଦେବା ସହିତ ଗୁରୁତର ମହିଳାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇବାର ବନ୍ଦୋବସ୍ତ କରିଥିଲେ।



