
୦୭/୦୬/୨୧ (ଜିଲ୍ଲା ଖବର) : ବାତ୍ୟା ୟଶ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ ଓଡ଼ିଶାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ଆଜି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ବାହାରିବ ଗୄହ ବିଭାଗ ଯୁଗ୍ମ ସଚିବ ସୁନିଲ ବଗୱନଙ୍କ ନେତୄତ୍ବରେ ଆସିଥିବା ଏହ ସାତ ଜଣିଆ ଟିମ । କ୍ଷତିଗ୍ରସ୍ତ ୪ ଜିଲ୍ଲା ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବ ଏହି ଟିମ୍ ।
ବାତ୍ୟା ପ୍ରଭାବିତ ୪ ଜିଲ୍ଲା ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା ଓ ମୟୁରଭଞ୍ଜ ଗସ୍ତ କରି ଏହି ଟିମ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ । ମେ ୨୮ରେ ଓଡ଼ିଶା ଗସ୍ତରେ ଆସି ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ତତକ୍ଷଣାତ ଓଡ଼ିଶାକୁ ୫୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ବାତ୍ୟା ୟଶରେ ମୋଟ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ୫୨୦ କୋଟିର ସରକାରୀ ଭିତ୍ତିଭୂମି ଓ ୯୦ କୋଟିର ବେସରକାରୀ ସମ୍ପତ୍ତି ରହି


