
୦୭/୦୬/୨୧ (ଜିଲ୍ଲା ଖବର) : ଉତ୍ତରପୂର୍ବ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଯାଇଛି। ଏହାର ପ୍ରଭାବରେ ଆସାମ, ମେଘାଳୟ, ଅରୁଣାଞ୍ଚଳପ୍ରଦେଶରେ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଆଦି ଅଞ୍ଚଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ସେପଟେ ଆଉ ୪ଦିନ ଭିତରେ ଓଡ଼ିଶା ମୁହାଁ ହେବ ମୌସୁମୀ। ଅନ୍ୟପକ୍ଷରେ ଆଜିଠୁ ୪ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍-ମୌସୁମୀ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଆଜି ଅପରାହ୍ଣରେ କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଳକନ କରିଛି ପାଣିପାଗ କେନ୍ଦ୍ର।


