ଆସିକା,୨୧/୧୦(ଖିରୋଦ ବେହେରା) : ଆସିକା ବ୍ଲକ ସଭା ଗୃହ ଠାରେ ଜଙ୍ଗଲ ଜମି ଅଧିକାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବିନାରାୟଣ ତ୍ରିପାଠୀଙ୍କକ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଧରାକୋଟ, ସୋରଡା, ଶେରଗଡ ବ୍ଲକ ବିଭାଗୀୟ କାର୍ଯ୍ୟକର୍ତା ସାମିଲ ଥିଲେ । ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ବସବାସ କରୁଥିବା ବନବାସୀ ପରିବାରର ସାମଗ୍ରିକ ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଥିବା ବେଳେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଏହି ପରିବାର ମାନଙ୍କର ସାମଗ୍ରୀକ ସ୍ୱାର୍ଥ ରକ୍ଷା ହାସଲ କରିବା ଦିଗରେ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଯତ୍ନବାନ ହେବା ଲାଗି କର୍ମଶାଳାରେ ପରାମର୍ଶ ଦିଆଯାଇଥିଲା । ଏହି କର୍ମଶାଳାରେ ଧରାକୋଟ ବ୍ଲକର ୭ପଚାଂୟତରୁ ୧୦୪୭ ପରିବାର, ସୋରଡା ବ୍ଲକର ୧୬ଟି ପଚାଂୟତରୁ ୧୦୭୧ ପରିବାର, ଶେରଗଡ ବ୍ଲକର ୪ଟି ପଚାଂୟତରୁ ୮୯ ପରିବାର ରହିଥିବା ଆକଳନ କରାଯାଇଥିଲା ।



