
ବାଲିଗୁଡ଼ା, ୬/୬{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ କାର୍ଯ୍ୟରତ ଓୟୁଜେ ସଂଘ ଗଣମାଧ୍ୟମ ପ୍ରତିନିଧି ମାନେ ଆଜି ଖଜୁରୀପଡା ବ୍ଲକର ଅପହଞ୍ଚ ଇଲାକା କୁନ୍ଦା, ଦାରେଜୁ,ମୁଣ୍ଡାବ୍ରଡି ଆଦି ଗ୍ରାମକୁ ଯାଇ ସେଠାରେ ବସବାସ କରୁଥିବା ୬୨ ପରିବାରଙ୍କୁ ଆଜି ରାସନ ସାମଗ୍ରୀ ସହ ସାବୁନ ମାସ୍କ ସାନିଟାଇଜର ଆଦି ବଣ୍ଟନ କରିଛନ୍ତି। ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ଦୁର୍ଗମ ଅଞ୍ଚଳରେ ରହିଥିବା ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ ସହ ସଚେତନତା କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇ ଥିବା ବେଳେ ପ୍ରଥମ ଥର ପାଇଁ ଖଜୁରୀପଡା ବ୍ଲକ ଓୟୁଜେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଦ୍ୱାରା ରାସନ ସାମଗ୍ରୀ ଏବଂ ମାସ୍କ ସାନିଟାଇଜର ସାବୁନ ଆଦି ଗ୍ରହଣ କରି ସମସ୍ତେ ଖୁସିବ୍ୟକ୍ତ କରିଥିଲେ। ବେଳେ ମୁଖ୍ଯ ଅତିଥି ଭାବେ ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଯୋଗଦାନ କରି ଏହାର ଶୁଭାରମ୍ଭ କରିଥିଲେ। ସେହିଭଳି ସମ୍ମାନୀତ ଅତିଥି ଭାବେ ଖଜୁରୀପଡା ରାଜସ୍ବ ନିରୀକ୍ଷକ ଶ୍ରୀ ଅମିୟ ଭୂଷଣ ରାମ, ଖଜୁରୀପଡା ଲ୍ୟାମ୍ପସେସ ପରିଚାଳନା ନିର୍ଦେଶକ ଶ୍ରୀ କୃପାସିନ୍ଧୁ ସାହୁଙ୍କ ସହ କୁନ୍ଦା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପ୍ରଭାତ କୁମାର ପ୍ରଧାନ ଏବଂ ସ୍ୱେଚ୍ଛାସେବୀ ଭାବେ ପ୍ରମୋଦ କୁମାର ମଲିକ,ମୀନାକ୍ଷୀ ସାହାଣୀ ପ୍ରମୁଖ ଉପସ୍ଥିତ ରହି ସାମଗ୍ରୀ ବଣ୍ଟନ ରେ ସହଯୋଗ କରିଥିଲେ।ଖଜୁରୀପଡା ବ୍ଲକର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ବଳଦେବ ବେହେରା (ସମ୍ବାଦ)ଗୌର ଚରଣ ବେହେରା (ସର୍ବସାଧାରଣ), ଅନନ୍ତ କୁମାର ଦିଗାଲ (ଅନୁପମ ଭାରତ),ସତ୍ୟପ୍ରୀୟ ମହାପାତ୍ର (ନିତିଦିନ)ହ୍ରୁଷିକେଶ ଖୁଣ୍ଟିଆ (ଜନନୀ ଓଡିଶା) ପ୍ରମୁଖ ଙ୍କ ସହଯୋଗ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ସମସ୍ତ ଅତିଥି ଙ୍କ ସହ ସାମଗ୍ରୀ ଗ୍ରହଣ କରିଥିବା ସମସ୍ତ ପରିବାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଏଭଳି ମହତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଧନ୍ଯବାଦ ଅର୍ପଣ କରିଥିଲେ।






