Monday, November 16, 2026
Home ଆଞ୍ଚଳିକ ଆଡ଼ିମାହା ର ଦୌଡା ଗ୍ରାମରେ ଲୋକଙ୍କ ମୋୖଳିକ ସମସ୍ୟା

ଆଡ଼ିମାହା ର ଦୌଡା ଗ୍ରାମରେ ଲୋକଙ୍କ ମୋୖଳିକ ସମସ୍ୟା

39

ବାଲିଗୁଡା,୬/୬ {ସୁକାନ୍ତ କୁମାର ତ୍ରିପାଠୀ} : ଆଡ଼ିମାହା ଗ୍ରାମପଞ୍ଚାୟତର ଦୌଡା ଗ୍ରାମରେ ବଦଳୁନି ଲୋକଙ୍କ ସମସ୍ୟା। ଗ୍ରାମରେ କୂଅ ଏବଂ ନଳକୂପ ଥିଲେ ମଧ୍ଯ ପାଣି ପାଇଁ ଲୋକେ ଡହକବିକଳ ହେଉଛନ୍ତି। କୂଅ ଥିଲେ ମଧ୍ୟ ଖରା ଦିନରେ ପାଣି ଶୁଖିଯାଇଥାଏ। ଯାହାରି ଫଳରେ ଗ୍ରାମଠାରୁ କିଲୋମିଟର ଦୂରରେ ଥିବା ଏକ ନାଳରୁ ଚୁଆଁ ଖୋଳି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରନ୍ତି। ଖରାଦିନେ ପ୍ରତ୍ୟେକ ପରିବାର କୁଅ ଉପରେ ନିର୍ଭର କରିଥାନ୍ତି। ଏହି ଗ୍ରାମରେ 25 ପରିବାର ରୁହନ୍ତି। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଜଳପ୍ରକଳ୍ପ ପାଇଁ ଅର୍ଥ ବିନିଯୋଗ କଲେ ମଧ୍ୟ ଏହିଭଳି ଯୋଜନା ଦୌଡା ଗ୍ରାମକୁ ପହଂଚି ନାହିଁ। ଏହି ସମସ୍ୟା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ବାଦେକେତା ପଞ୍ଚାୟତ ର ଦୌଡା ଗ୍ରାମରେ ପାଣିର ସମସ୍ୟା ସୁଧୁରିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ଗ୍ରାମ ବାସୀ । ଏଠି କେବଳ ପାଣି ର ସମସ୍ୟ ନୁହେଁ ବରଂ ସମସ୍ତ ମୈଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ଦୌଡା ଗ୍ରାମବାସୀ ଯେମିତିକି ପାଣିର ସମସ୍ୟ, ରାସ୍ତାର ସମସ୍ୟ, ଇଲେକ୍ଟ୍ରି ର ସମସ୍ୟ ଏହି ସମସ୍ତ ସମସ୍ୟ ରୁ ବଞ୍ଚିତ ଗ୍ରାମବାସୀ ଖାଲି ସେତିକି ନୁହେଁ ବରଂ 80,000 ହଜାର ଟଙ୍କା ଅନୁମୋଦନ ହୋଇଛି ବୋଲି ମଧ୍ୟ ସରପଞ୍ଚ କହିଛନ୍ତି ।ତାହେଲେ ଏହା କାଯ୍ୟକାରୀ କେବେ ହେବ ଏହା ଲୋକ ମାନଙ୍କ ମନରେ ଚର୍ଚ୍ଚା ଅତି ମାତ୍ରାରେ ଚାଲିଛି।