
ଆସିକା,୨୧/୧୦(ଖିରୋଦ ବେହେରା) : ଭଗବାନ ସତ୍ୟ ସାଇବାବା ସେବା ସମିତି ଆନୁକୁଲ୍ୟରେ ସତ୍ୟ ସାଇବାବାଙ୍କ ୭୦ ତମ ଅବତାର ଉଦଘୋଷଣା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସକାଳୁ ଓଁ କାର, ସୁପ୍ରଭାତମ, ନଗର ପରିକ୍ରମା କରାଯାଇଥିଲା ସତ୍ୟ ସାଇବାବା ସେବା ସମିତି ଆବାହକ ଗଙ୍ଗାଧର ଗୈାଡଙ୍କ ଦ୍ୱାରା ପ୍ରଶାନ୍ତି ଧ୍ୱଜା ଉତୋଳନ କରାଯାଇଥିଲା । ଏହାପରେ ସତ୍ୟ ସାଇବାବା ସେବା ସମିତି ପକ୍ଷରୁ ମନ୍ଦିର ନିକଟରେ ଥିବା ବିଭିନ୍ନ ସାହିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଗବାନ ସତ୍ୟ ସାଇବାବା ନିଜକୁ ଅବତାର ଘୋଷଣା କରି ତାଙ୍କରି ଆଚରଣ ତଥା ମାନବୀୟ ମୁଲ୍ୟବୋଧ ଶିକ୍ଷା ମାଧ୍ୟମରେ ଦେଶ ତଥା ବିଦେଶରେ ଅସଂଖ୍ୟ ଭକ୍ତଙ୍କ ହୃଦୟରେ ଆଜି ମଧ୍ୟ ଜୀବିତ ଥିବା ଉପସ୍ଥିତ ଥିବା ଭକ୍ତ ମାନେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୁଦ୍ଧିରାମ ନାହକ, ଭବାନୀ ଶଙ୍କର ପଟ୍ଟନାୟକ, କାମେଶ୍ୱର ରାଓ ଆଚାରୀ, ମନୋଜ ଦାସ, ମଙ୍ଗୁଳୁ ଦାଶ, ବିଶ୍ୱନାଥ ନାହାକ, ମିଥୁନ ବାରିକ, ପ୍ରଦିପ କେଶରୀ ରାଉତ, କ୍ରିଷ୍ଣାସ୍ୱାମୀ ରାଓ ସମେତ ବହୁ ଭକ୍ତ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିିଲେ ।



