Home ଆଞ୍ଚଳିକ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତର ପଲ୍ଲା ଭାରି – ଭେଙ୍ଗସରକାର

ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତର ପଲ୍ଲା ଭାରି – ଭେଙ୍ଗସରକାର

17

୦୬/୦୬/୨୧ (ଜିଲ୍ଲା ଖବର) : ଚଳିତ ବର୍ଷ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଜୁନ 18-22 ତାରିଖରେ ଭାରତ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ଖେଳାଯିବ। ତେବେ ଉଭୟ ଦଳକୁ ଦେଖିଲେ ଏହି ଚାମ୍ପିଅନସିପ ଭାରତ ଜିତିବାର ସମ୍ଭାବନା ଅଧିକ ରହିଛି ବୋଲି ପୂର୍ବତନ ଭାରତୀୟ ବ୍ୟାଟସମାନ ଦିଲ୍ଲୀପ ଭେଙ୍ଗସରକାର କହିଛନ୍ତି। ନ୍ୟୁଜଲାଣ୍ଡ ଟିମକୁ ଦେଖିଲେ ଭାରତ ସମସ୍ତ ବିଭାଗରେ ଏହା ଠାରୁ ଉର୍ଦ୍ଧରେ ରହିଛି। ନ୍ୟୁଜଲାଣ୍ଡ ଦଳରେ ଟ୍ରେଣ୍ଟ ବୋଲ୍ଟ, ଟିମ ସାଉଥି ପରି ବିଶ୍ୱ ସ୍ତରୀୟ ବୋଲର ରହିଥିବା ବେଳେ କେନ ୱିଲିୟମସନଙ୍କ ପରି ଷ୍ଟାର ବ୍ୟାଟସମାନ ରହିଥିବା ବେଳେ ଭାରତ ପକ୍ଷରେ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ସ୍ପିନ ଯୋଡି ରହିଛି ବୋଲି ସେ କହିଛନ୍ତି।

 ସେହିପରି ଟିମ ଇଣ୍ଡିଆରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ରିଷଭ ପନ୍ଥ ଏବଂ ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କ ପରି ମ୍ୟାଚ ୱ୍ଵିନର ରହିଥିବାରୁ ଆଇସିସି ୱାର୍ଲଡ ଚାମ୍ପିୟାନସିପରେ ଭାରତ ଫେଭେରିଟ ବୋଲି ସେ ମତ ଦେଇଛନ୍ତି।  ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କେବଳ ରୋହିତ ଶର୍ମା ଏବଂ ରିଷଭ ପନ୍ଥଙ୍କୁ ଛାଡିଦେଲେ ଅନ୍ୟ ଭାରତୀୟ ବ୍ୟାଟସମାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମାତ୍ର ଏହି ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ବିରାଟ କୋହଲି, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ଆଦି ସ୍କୋର କରିବେ ବୋଲି ଭେଙ୍ଗସରକାର ଆଶା ରଖିଛନ୍ତି।