
ଭୁବନେଶ୍ଵର, ୦୬/୦୬/୨୧ (ଜିଲ୍ଲା ଖବର) : କୁକୁର ଉପରେ କାର ଚଢ଼େଇ ଯୁବକ ଗିରଫ। 5ଟି କୁକୁର ଉପରେ କାର ଚଢ଼େଇ ଗିରଫ ହେଲେ ଯୁବକ। ଭୁବନେଶ୍ବର ଓଲ୍ଡ ଟାଉନ୍ ଘୁସାରେସ୍ବର ଅଂଚଳରେ ଏପରି ଘଟଣା ଘଟିଛି। ଗିରଫ ଯୁବକଙ୍କ ନାଁ ପ୍ରଫୁଲ୍ଲ ବୋଲି ଜଣାପଡ଼ିଛି। କାର ଚଢିବା ଫଳରେ 5ଟି କୁକୁରଙ୍କର ମୃତ୍ୟୁ ଘଟିଛି। ଏ ନେଇ ଲିଙ୍ଗରାଜ ଥାନାରେ ଏତଲା ଦିଆଯିବା ପରେ ବିଳମ୍ବିତ ରାତିରେ ପ୍ରଫୁଲଙ୍କୁ ପୋଲିସ ଗିରଫ କରିଛି ।
ଅଭିଯୋଗ ଅନୁସାରେ 429, 506, 294 ସେକସନ୍ 11 କ୍ୟୁରେଲିଟି ଆନିମଲ ଆକ୍ଟ ଦଫାରେ ପ୍ରଫୁଲଙ୍କୁ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।



