
ଭୁବନେଶ୍ୱର,୦୬/୦୬/୨୧ (ଜିଲ୍ଲା ଖବର) : ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାମୁକ୍ତି, ଉନ୍ନତ ଶିକ୍ଷା, ଲିଙ୍ଗଭିତ୍ତିକ ସମାନତା ଓ ଆର୍ଥିକ ବିକାଶ କ୍ଷେତ୍ରରେ ଓଡ଼ିଶାର ରାଙ୍କ ବହୁତ ତଳେ । ନିକଟରେ ଆସିଥିବା SDG ରିପୋର୍ଟକୁ ଆଧାର କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ସେ କହିଛନ୍ତି ଯେ, ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଆମ ରାଜ୍ୟ ନିମ୍ନରୁ ୩ୟ ସ୍ଥାନରେ ଥିବା ବେଳେ କ୍ଷୁଧାମୁକ୍ତିରେ ୬ନଂ, ଆର୍ଥିକ ବିକାଶରେ ୨ନଂ ସ୍ଥାନରେ ରହିଛି। ଏ ସବୁକୁ ନେଇ ବିଜେଡି ସରକାରକୁ ସେ ଗୁଡିଏ ପ୍ରଶ୍ନ ପଚାରିଛନ୍ତି।
- କେନ୍ଦ୍ର ସରକାର ଲକ୍ଷ ଲକ୍ଷ ଘର ଦେଉଛନ୍ତି। ହେଲେ ଘର କାହାକୁ ମିଳିୁଛି?
- କୁଆଡେ ଗଲା ବିକାଶର ଧାରା ?
- କ୍ଷୁଧାମୁକ୍ତି ବିଭାଗରେ ୨୮ ରାଜ୍ୟ ତାଲିକାରେ ତଳ ଆଡୁ ୬ ନମ୍ବରରେ ରହିଛି ଆମ ରାଜ୍ୟ। ପାଖାପାଖି ୪୮ ପ୍ରତିଶତ ମହିଳା ଆମର ଏଠି ରକ୍ତହୀନତାରେ ପୀଡ଼ିତ। ୫ ବର୍ଷରୁ ଶିଶୁ ମଧ୍ୟରୁ ୨୯ ପ୍ରତିଶତ କୁପୋଷିତ। ଏ ସ୍ଥିତି କ’ଣ ପାଇଁ ?
- ୨୦୧୫-୧୬ଠାରୁ ୮ ଲକ୍ଷ ପିଲା ସ୍କୁଲ ଗଲେ ନାହିଁ। ୫ ଲକ୍ଷ ଘରୋଇ ସ୍କୁଲକୁ ଗଲେ। ୩ ଲକ୍ଷ ପାଠ ଛାଡ଼ିଦେଲେ। ଦେଶର ୮୫ ପ୍ରତିଶତ ସ୍କୁଲରେ ପାଣି ଓ ବିଜୁଳି ଅଛି। ମାତ୍ର ୬୮ ପ୍ରତିଶତ ସ୍କୁଲରେ ପାଣି ଓ ବିଦ୍ୟୁତ ଅଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ନିଜ ନିଜ ଅଂଶ ଦେଉଛନ୍ତି। ହେଲେ ପଇସା ଯାଉଛି କୁଆଡେ ହେଉଛି କ’ଣ ?
- ୧୦୩.୫% ମହିଳାଙ୍କ ଉପରେ ଅପରାଧ ମାମଲା ସାମ୍ନାକୁ ଆସିଛି । ମହିଳାଙ୍କ ସୁରକ୍ଷା କ୍ଷେତ୍ର ବିଜେଡି ଫେଲ ହୋଇଛି ବୋଲି କହିଲେ ଭୁଲ୍ ହେବ କି ?
- ୮.୩ ପ୍ରତିଶତ ଅପରାଧୀଙ୍କୁ ଦଣ୍ଡ ମିଳୁଛି । ୨୦୧୫ରୁ କ୍ରମାଗତ ଭାବେ ମହିଳାମାନଙ୍କ ଉପରେ ଅପରାଧ ବଢ଼ିଚାଲିଥିବା ବେଳେ ଏହି ଧାରା ବନ୍ଦ ହେଉନି କ’ଣ ପାଇଁ ?


