Sunday, November 15, 2026
Home ଆଞ୍ଚଳିକ ସୋନୁ ସୁଦ୍ ପ୍ରଧାନମନ୍ତ୍ରୀ ହେଲେ କେମିତି ହୁଅନ୍ତା ?

ସୋନୁ ସୁଦ୍ ପ୍ରଧାନମନ୍ତ୍ରୀ ହେଲେ କେମିତି ହୁଅନ୍ତା ?

17

ମୁମ୍ବାଇ, ୦୬/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶି । ଏହା ଶୁଣିବା ପରେ, ସୋନୁ ସୁଦ୍ ଟିକେ ଲାଜେଇ ଯାଇ, ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ଏହା ଟିକେ ଅଧିକ ହେଇଗଲା । ତଥାପି ହୁମାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍।’

ଯଦି ତାଙ୍କୁ ଲାଗୁଛି କି, ମୁଁ ଏହି ସମ୍ମାନ ପାଇଁ ଉପଯୁକ୍ତ ତେବେ, ସେଇଟା ତାଙ୍କ ମତ। ହେଲେ ମୁଁ ତାଙ୍କ ସହ ଏକମତ ନୁହେଁ । ଆମ ପାଖରେ ଜଣେ ସକ୍ଷମ ପ୍ରଧାନମନ୍ତ୍ରୀ ଅଛନ୍ତି । ଏମିତି କିଛି ଦାୟିତ୍ବ ନେବା ପାଇଁ ମୋର ବୟସ ହୋଇନାହିଁ । ବହୁତ୍ ଛୋଟ ମୁଁ । ହଁ, ମତେ ଜଣାଅଛି ଯେ, ରାଜୀବ ଗାନ୍ଧି ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ ।  ହେଲେ ସେତେବେଳେ ସ୍ଥିତି ସେମିତି ଥିଲା ।

ସେ କହିଛନ୍ତି ଏମିତି କିଛି ଲୋକ ଅଛନ୍ତି , ଯେଉଁମାନେ ଚାହାଁନ୍ତିନି ସୋନୁ ସୁଦ୍ ରାଜନୀତିକୁ ଆସନ୍ତୁ ବୋଲି । ସେମାନଙ୍କୁ ସେ ଧୋକା ଦେବାକୁ ଚାହୁଁ ନାହାଁନ୍ତି ବୋଲି କହିଛନ୍ତି । ଜଣେ ଅଭିନେତା ଭାବେ ନିଜ କାମକୁ ସେ ଉପଭୋଗ କରୁଛନ୍ତି। ରାଜନୀତିରେ ସାମିଲ ନହୋଇ ମଧ୍ୟ ଆମେ ସମସ୍ତେ ନିଜ ନିଜର କାମ କରିପାରିବା ବୋଲି ସେ କହିଛନ୍ତି ।