
ଭୁବନେଶ୍ଵର,୦୬/୦୬/୨୧ (ଜିଲ୍ଲା ଖବର) : ରାଜ୍ୟରେ ଖସୁଛି ସଂକ୍ରମଣ। ୨୪ ଘଣ୍ଟାରେ ୭୦୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନରୁ ୩୯୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୮୧ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୧୬୭ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକରୁ ୭୭୧ ପଜିଟିଭ ଚିହ୍ନଟ। ସେହିପରି ୩ଟି ଜିଲ୍ଲାରେ ସଂକ୍ରମଣ ୩ଶହ ଉପରେ ରହିଛି। ଅନୁଗୁଳ, ବାଲେଶ୍ବର ଓ ମୟୂରଭଞ୍ଜରୁ ୩ଶହ ଉପରେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ରାଜ୍ୟରେ ପୁଣି ୪୨ ମୁଣ୍ଡ ନେଇଛି ମହାମାରୀ। ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଯାହାକି ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି।


