Monday, November 16, 2026
Home ଆଞ୍ଚଳିକ ବ୍ୟାପକ ହେବ ଟିକାକରଣ; ବିଦେଶରେ ପଢୁଥିବା ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ବ୍ୟାପକ ହେବ ଟିକାକରଣ; ବିଦେଶରେ ପଢୁଥିବା ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

13

ଭୁବନେଶ୍ବର, ୦୬/୦୬/୨୧ (ଜିଲ୍ଲା ଖବର) : ଭୁବନେଶ୍ବର ମହାନଗର ନିଗମରେ ବ୍ୟାପକ ହେବ ଟିକାକରଣ । ବିଦେଶରେ ପଢୁଥିବା ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜିଠାରୁ ସେମାନଙ୍କ ନାମ ପଞ୍ଜୀକରଣ କରାଯିବ । ବିଦେଶକୁ ଯିବା ପୂର୍ବରୁ ଟିକା ନେବାକୁ ଚାହୁଁଥିଲେ ୧୯୨୯ରେ ଯୋଗାଯୋଗ କରି ପଞ୍ଜୀକରଣ କଲେ ସେମାନଙ୍କୁ ସ୍ବତନ୍ତ୍ର ଭାବେ ଟିକା ଦିଆଯିବ।

 ସେହିପରି ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲିଠାରୁ ଆଉ ସ୍ଲଟ ବୁକ୍ କରିବାକୁ ପଡ଼ିବ ନାହିଁ । ବିନା ପଞ୍ଜୀକରଣରେ ଟିକା ଦିଆଯିବ । ପ୍ରଥମ ଡୋଜ୍ ଯେଉଁଠୁ ନେଇଥିବେ ଦ୍ବିତୀୟ ଡୋଜ୍ ସେହିଠାରୁ ନେଇପାରିବେ । ନିର୍ଦ୍ଧାରିତ ଅବଧି ମଧ୍ୟରେ ସେମାନଙ୍କୁ ଟିକା ଦିଆଯିବ।