Monday, November 16, 2026
Home ଆଞ୍ଚଳିକ କମୁଛି କରୋନା; ରିକଭରି ରେଟ୍ ୯୩. ୬୭ ପ୍ରତିଶତ

କମୁଛି କରୋନା; ରିକଭରି ରେଟ୍ ୯୩. ୬୭ ପ୍ରତିଶତ

7

ନୂଆଦିଲ୍ଲୀ, ୦୬/୦୬/୨୧ (ଜିଲ୍ଲା ଖବର) : ଦେଶରେ ଲଗାତର କମୁଛି କରୋନା । ୨ ମାସ ପରେ ଗତ ୨୪ ଘଣ୍ଟାରେ ଦେଶରେ ସବୁଠୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ୧ ଲକ୍ଷ ୧୪ ହଜାର ୪୬୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୫ ତାରିଖରେ ୯୬ ହଜାର ୯୮୨ ପଜିଟିଭ୍ ହୋଇଥିଲେ । ଗତ ୨୪ ଘଣ୍ଟାରେ ୨ ହଜାର ୬୭୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

ସେହିପରି ୧ ଲକ୍ଷ ୮୯ ହଜାର ୨୩୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରିକଭରି ରେଟ୍ ୯୩. ୬୭ ପ୍ରତିଶତ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଆଜିର ସୁସ୍ଥ ସଂଖ୍ୟା ୨୫ ଦିନ ହେବ ଆସୁଥିବା ଆରୋଗ୍ୟ ସଂଖ୍ୟା ଭିତରୁ ସବୁଠୁ କମ୍ ।