
ବ୍ରହ୍ମପୁର, ୦୬/୦୬/୨୧ (ଜିଲ୍ଲା ଖବର) : ଆସିକା ସବ ଜେଲରେ ଚାଲିଛି କି ହାର୍ଡକୋର୍ ଏବଂ ଅପରାଧୀଙ୍କ ନେଟୱାର୍କ । ଦୁଇଦିନ ତଳେ ଜେଲ ଭିତରୁ ବାହାରିଛି 5ଟି ମୋବାଇଲ । ଅଧୀକ୍ଷକ ଦିଲୀପ କୁମାର ଜେନା ଏହାକୁ ପୋଲିସ ଜିମା ଦେଇଥିଲେ । ହେଲେ ଆସିକା ସବ ଜେଲର ଆସିଷ୍ଟାଣ୍ଟ ଜେଲର ଏ ରାମା ରାଓ ଲୁଚାଇ ରଖିଥିଲେ ଆଉ ଦୁଇଟି ମୋବାଇଲ । ବିଳମ୍ବରେ ଦୁଇଟି ମୋବାଇଲ ପଇଠ କରିଛନ୍ତି ।
ଲୁଚାଇ ରଖିଥିବା ମୋବାଇଲ ପଇଠ କଲା ପରେ ଏହି ଘଟଣା ସାମନାକୁ ଆସିଛି । ଏନେଇ ଜେଲ ଅଧୀକ୍ଷକଙ୍କୁ ପଚାରିବାରୁ ଜେଲ ସବ ଆସିଷ୍ଟାଣ୍ଡ ଧମକ ସହ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ଆସିକା ଜେଲ ସବଆସିଷ୍ଟାଣ୍ଟ ଜେଲରଙ୍କ ନାଁରେ ମାମଲା ହେବା ସହ ବଦଳି ହୋଇଥିବା ସୂଚନା ମିଳିଛି ।


