Home ଆଞ୍ଚଳିକ ହରିଡାପଦର ଆନନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି -୨୦୧୯

ହରିଡାପଦର ଆନନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି -୨୦୧୯

46


ଆସିକା,୨୧/୧୦(ଖିରୋଦ ବେହେରା) : ଆସିକା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଅଧିନ ହରିଡାପଦର ଆନନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି । ହରିଡାପଦର ସିଆରସିସି ଅମିୟ ସିନ୍ଧୁ ମୁନୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ହରିଡାପଦର ସରପଚଂ ସୁନୀତା ବିଶ୍ୱାଳ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଚଂ ପ୍ରଫୁଲ ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷକ ସହଦେବ କାମ୍ପ, ହରିଡାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ସ୍ୱାଇଁ, ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଅର୍ଜୁନ ନାହାକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କ୍ଲଷ୍ଟର ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିତର୍କ, ପ୍ରବନ୍ଧ, ଶ୍ରୁତ ଲିଖନ, କୁଇଜ, ବକ୍ତୃତା, ସୃଜନଶିଳ ଲିଖନ, ସୁନ୍ଦର ହସ୍ତାକ୍ଷର, ଚିତ୍ରାଙ୍କନ, ପ୍ରମୁଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ସବୁ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହି,ବି.ଲିଙ୍କନ, ସୁକାନ୍ତିଲତା ପଟ୍ଟନାୟକ, ପ୍ରିତେଶ କୁମାର ଜେନା, ସନ୍ତୋଷିନି ରାଉତ, ସୁନୀତା ଖାଲକୋ, ସନ୍ତୋଷ ନାହକ, କୁଳମଣି ବିଶ୍ୱାଳ, ପ୍ରମୋଦ ଚନ୍ଦ୍ର ସେଠି, ଟୁଲୁ ସେଠି, ବି.ପୱନ କୁମାର ପ୍ରମୁଖ ପରିଚାଳନାରେ ସହ ଯୋଗ କରିଥିଲେ ।