Friday, November 13, 2026
Home ଆଞ୍ଚଳିକ ୟୁଥ୍ ଅଫ କନ୍ଧମାଳ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ୟୁଥ୍ ଅଫ କନ୍ଧମାଳ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

38

ବାଲିଗୁଡ଼ା,୦୬/୦୬/୨୧ (ଜିଲ୍ଲା ଖବର) : ବିଶ୍ଵ ପରିବେଶ ଦିବସ -୨୦୨୧ ପାଳନ ଅବସରରେ ଯଦି ଭାରତ ରେ ପ୍ରତିପ୍ରତ୍ୟକ ଲୋକ ଅତି କମ୍ ରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ତାର ସଠିକ୍ ଯତ୍ନ ନିଅନ୍ତି ତେବେ ୧୩୩କୋଟି ଜନ ସଂଖ୍ୟା ବିଶିଷ୍ଟ ଭାରତରେ ଅମ୍ଳଜାନ ର ଅଭାବ କେବେବି କୋଉଠି ବି ସୃଷ୍ଠି ହୁଅନ୍ତା ନାହିଁ। ବିଶ୍ଵ ପରିବେଶ ଦିବସ -୨୦୨୧ ପାଳନ ଅବସରରେ ୟୁଥ୍ ଅଫ କନ୍ଧମାଳ |

ୟୁଥ୍ ଅଫ କନ୍ଧମାଳ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ଜିଲ୍ଲା ଇ ପାଠାଗାର ଆନୁକୁଲ୍ୟରେ ସମ୍ମାନିତ ଅତିଥି ଶ୍ରୀ ବିରେନ୍ଦ୍ର କୁମାର ଦାସ (ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ଫୁଲବାଣୀ) ଓ ଡଃ ଅଞ୍ଜଳି ପ୍ରିୟା ସିଂ , ଅଧକ୍ଷା ନିଃଶ୍ୱାସ ମହାବିଦ୍ୟାଳୟ ଙ୍କ ସୁଭାରମ୍ଭରେ କୃଷ୍ଣଚୂଡ଼ା, ରାଧାଚୁଡ଼ା, ରକ୍ତ ଚନ୍ଦନ, ସ୍ଵର୍ଣ୍ଣ ଚମ୍ପା ଆଦି ଅନେକ ଉପାଦେୟ ବୃକ୍ଷ ରୋପଣ କରାଯାଇଥିଲା , ଉକ୍ତ କାର୍ଯକ୍ରମ ରେ ଶ୍ରୀ ଦାସ ସମସ୍ତ କର୍ମ କର୍ତ୍ତା ଙ୍କୁ ଉତ୍ସାହିତ କରିବା ସହ ପୁସ୍ତକ ଓ ପରିବେଶ ର ଉପାଦେୟତା ସମ୍ପର୍କ ରେ ଆଲୋଚନା କରିଥିଲେ , ତତ୍ ସହିତ ନିକଟ ଭବିଷ୍ୟତରେ ୨୦୦ ରୁ ଅଧିକ ବୃ୍ଷରୋପଣ କରି କିଛି କଂକ୍ରିଟ ଜଙ୍ଗଲ କୁ ସବୁଜିମା ରେ ଭରିବା ଆଶା ପରିପ୍ରକାଶ କରିଥିଲେ।

ଉକ୍ତ କାର୍ଯ୍ୟ କ୍ରମରେ ସମ୍ମାନିତ ଅତିଥି ସମେତ ୟୁଥ୍ ଅଫ କନ୍ଧମାଳ ର ସଭାପତି ଅଂଶୁମାନ ପ୍ରିୟଦର୍ଶନ, ବୈଶାଳୀ ପଟ୍ଟନାୟକ, ସୌମ୍ୟଜିତ୍ ତ୍ରିପାଠୀ ଇତ୍ୟାଦି ଓ ଇ- ପାଠାଗାର ଲାଇବ୍ରେରୀୟାନ ସୂର୍ଯ୍ୟମଣି ଦାସ, ସହକାରୀ ଲାଇବ୍ରେରୀୟାନ ଶିବ ସୁନ୍ଦର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ବାଲିଗୁଡ଼ା , ସୁକାନ୍ତ କୁମାର ତ୍ରିପାଠୀ