Wednesday, November 11, 2026
Home ଆଞ୍ଚଳିକ ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ବିଶେଷଜ୍ଞ କମିଟି ଗଠନ

ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ବିଶେଷଜ୍ଞ କମିଟି ଗଠନ

33

ଭୁବନେଶ୍ବର, ୦୬/୦୬/୨୧ (ଜିଲ୍ଲା ଖବର) : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏଥିରେ ୧୪ ଜଣ ସଦସ୍ୟ ରହିଛନ୍ତି । କମିଟି ଯୁକ୍ତ ଦୁଇ ରେଗୁଲାର ଓ ଏକ୍ସ –ରେଗୁଲାର ପିଲାଙ୍କ ଲାଗି ଏକ ସୁବ୍ୟବସ୍ଥିତ ଢଙ୍ଗରେ ଓ କେଉଁ ଆଧାରରେ ମୂଲ୍ୟାୟନ କରାଯିବ ସେନେଇ ପରିଷଦକୁ ପ୍ରସ୍ତାବ ଦେବ। ଆସନ୍ତା ୧୦ ଦିନ ମଧ୍ୟରେ ଏହି ପ୍ରସ୍ତାବ ଦିଆଯିବ।

ବିଏସଇର ପୂର୍ବତନ ସଭାପତି ସୁଶାନ୍ତ କୁମାର ଦାସ ଏହି ବିଶେଷଜ୍ଞ କମିଟିର ମୁଖ୍ୟ ଅଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦେଖି ସିଏଚଏସଇ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ପରୀକ୍ଷାକୁ ବାତିଲ କରିଛି।