
ମୟୂରଭଞ୍ଜ ,୦୬/୦୬/୨୧ (ଜିଲ୍ଲା ଖବର) : ଯୁବ ବିଜେପି ନେତାଙ୍କୁ ହତ୍ୟା। ପିଟି ପିଟି ମାରିଦେଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ କପ୍ତିପଦା ଥାନା ଅନ୍ତର୍ଗତ ନୂଆସାହି ଗାଁରେ ଘଟିଛି। ଗାଡି ସାଇଡମରାକୁ କେନ୍ଦ୍ର କରି ବିଚ ରାସ୍ତାରେ ଯୁବ ବିଜେପି ନେତା ରଞ୍ଜିତ ପ୍ରଧାନଙ୍କୁ ନିର୍ମମ ହତ୍ୟା କରାଯାଇଛି।
ନୂଆସାହି ନିକଟରେ କିଛି ଲୋକ ତାଙ୍କୁ ତାଙ୍କୁ କାରରୁ ଘୋଷାରି ନେଇ ବାଡେଇ ବାଡେଇ ମାରିଛନ୍ତି। ଏନେଇ କପ୍ତିପଦା ଥାନାରେ ଅଭିଯୋଗ ପରେ ପୋଲିସ ୩ଜଣଙ୍କୁ ଗିରଫ କରିଛି।



