
ଗଞ୍ଜାମ,୦୬/୦୬/୨୧ (ଜିଲ୍ଲା ଖବର) : କଥାରେ ଅଛି “ରଖେ ହରି ମାରେ କିଏ “। ଏହିପରି ଏକ ଚିତ୍ର ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି। ଓଭରବ୍ରିଜ୍ ଉପରୁ ୪୦ ଫୁଟ ତଳକୁ ପଡି ଜଣେ ବ୍ୟକ୍ତି ପଡି ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଖୋଡ଼ାସିଙ୍ଗ ଓଭର ଉପରୁ ରବି ମହାରଣା ନାମକ ଜଣେ ବ୍ୟକ୍ତି ପଡି ଆହତ ହୋଇଛନ୍ତି । ତାଙ୍କ ଘର କୋଦଳା ଥାନା ଅନ୍ତର୍ଗତ ଫାଶୀ ଗ୍ରାମରେ।
ସବୁଠାରୁ ବଡ଼ ଚକିତ କଥା ହେଲା କି ରବି ୪୦ ଫୁଟ ତଳକୁ ଗଳି ପଡ଼ିଥିଲେ ମଧ୍ୟ ତାଙ୍କ ଜୀଵନ ବଞ୍ଚି ବଞ୍ଚିଯାଇଛି । ଖବର ପାଇ ଘଟଣା ସ୍ଥଳେ ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତି କରିଛନ୍ତି । ତେବେ ବ୍ୟକ୍ତି ଜଣକ କେଉଁ କାରଣରୁ କିଭଳି ଅବସ୍ଥାରେ ଗଳି ପଡିଛନ୍ତି କାରଣ ଅସ୍ପଷ୍ଟ ରହିଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି । ସବ୍ଇନ୍ସପେକ୍ଟର ସାଗର ପାଣିଗ୍ରାହୀ ଓ ଅନ୍ୟ କର୍ମଚାରୀ ସାନ୍ତୁନୁ କୁମାର ପାଢୀ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ଜଣାପଡ଼ିଛି ।



