
ଭୁବନେଶ୍ଵର, ୦୬/୦୬/୨୧ (ଜିଲ୍ଲା ଖବର) : ରାଜଧାନୀରୁ ଗୋରୁ ବୋଝେଇ ଟ୍ରକ ଜବତ ହୋଇଛି। ନଖରା ପେଟ୍ରୋଲ ପମ୍ପ ପାଖରେ ଏହି ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଟ୍ରକରେ 100 ରୁ ଉର୍ଦ୍ଧ୍ଵ ଗାଇ ଥିଲେ। ସୂଚନା ଅନୁସାରେ, ଗୋରୁ ବୋଝେଇ ଟ୍ରକଟି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର କୁଶପଲାରୁ କୋଲକାତା ଚାଲାଣ ହେଉଥିଲା।
ଡ୍ରାଇଭର ଗିରଫ ହୋଇଥିବା ବେଳେ ଏବଂ ଅନ୍ୟ ତିନି ଜଣ ଟ୍ରକ ମଧ୍ୟରେ ଲୁଚି ରହିଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ଟ୍ରକ ମାଲିକ ଫେରାର ହୋଇଯାଇଛି।



