
ଚନ୍ଦ୍ରପୁର,୫/୬(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ରେ କୋରନା ର ଦ୍ୱିତୀୟ ଲହର ପ୍ରଭାବ ରେ ପ୍ରତ୍ୟେକ ଦିନ କୋରନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି |ଏଥିରେ ରୋକ ଲଗାଇବା ପାଇଁ ଚନ୍ଦ୍ରପୁରପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କୁ ବାରମ୍ବାର ସଚେତନ କରାଯାଉ ଥିବା ବେଳେ କେତେକ ଅମାନିଆ ତାକୁ ମାନୁ ନ ଥିବା ନଜରକୁ ଆସିଛି |ଏହାକୁ ଦୃଷ୍ଟି ରେ ରଖି ଚନ୍ଦ୍ରପୁର ପୋଲିସ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି |ସଟଡାଉନ ସମୟ ରେ କେତେକ ଦୋକାନ ଅନୁମତି ନ ଥାଇଦୋକାନ ଖୋଲି ଥିବା ଦେଖାଯାଇ ଥିଲା |ଯାହାକୁ ଚନ୍ଦ୍ରପୁରଥାନା ପୋଲିସ ଆଇ ଆଇ ସି ଶ୍ରୀ ମୁକୁନ୍ଦ ଦେବ ନାୟକ ଗୁରୁତର ନେଇ ଦୋକାନ ଖୋଲିବାଯୋଗୁଁ ଜୋରିମାନା ମଧ୍ୟ ଆଦାୟ କରିଛନ୍ତି |ଚନ୍ଦ୍ରପୁର ସହର ରେ ଅନୁମତି ନ ଥାଇ ଦୋକାନ ଖୋଲିବା ଓ ଅମାନିଆ ବାଇକ ଚାଳକ ଙ୍କ ଠାରୁ 13.500 ଟଙ୍କା ଆଦାୟ କରାଯାଇଥିବା ଶ୍ରୀ ନାୟକ କହିଛନ୍ତି |
ରିପୋର୍ଟ, କୈଳାଶ ମାଲବିଶୋୟୀ ।





