
ଆସିକା,୨୧/୧୦(ଖିରୋଦ ବେହେରା) : ଆସିକା ଭାରତୀୟ ଜନତା ପାର୍ଟି ଘୁମୁସର ଯୁବ ମୋର୍ଚ୍ଚା ପକ୍ଷରୁ ଆସିକା ସବଡିଭିଜନ ମେଡିକାଲରେ ରୋଗୀଙ୍କୁ ଫଳ ବଟଂନ ପ୍ରଦାନ କରାଯାଇଥିଲା । ଏହି ମେଡିକାଲରେ ଥିବା ୬୦ ଶର୍ଯ୍ୟା ବିଶିଷ୍ଟ ରୋଗୀଙ୍କୁ ଗୋଲାପ ଫୁଲ ସାଙ୍ଗକୁ ମିଷ୍ଠାନ୍ନ, ଫଳ ବଟଂନ ପ୍ରଦାନ କରାଯାଇଥିଲା । ଏହା ସହିତ ମେଡିକାଲର ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଗୋଲାପ ଫୁଲ ଦେଇ ରୋଗୀଙ୍କ ପ୍ରତି ଧ୍ୟାନ ଦେଇ ଚିକିତ୍ସା କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆସିକା ସବଡିଭିଜନ ମେଡିକାଲରେ ଉପଖଣ୍ଡ ଫଳକ ଲାଗିଥିଲେ ମଧ୍ୟ ଅନେକ ଆନୁଷଙ୍ଗି ସୁବିଧାର ଯଥେଷ୍ଟ ଅଭାବକୁ ପରିଲକ୍ଷିତ କରାଯାଇଥିଲା । ଏହି ଅବସରରେ ରହିଥିବା ବିଭିନ୍ନ ଅସୁବିଧାର ତୁରନ୍ତ ସମାଧାନ ଦାବୀରେ ଆସିକା ବିଜେପି ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଆସିକା ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କୁ ୧୦ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀପତ୍ରରେ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ପଦବୀକୁ ପୁରଣ, ନର୍ସ, ଟେକ୍ନିସିଆନ, ସଫେଇ କର୍ମଚାରୀ ନିଯୁକ୍ତି, ଅଲଟ୍ରାସାଉଣ୍ଡ ମେସିନ, ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ମହାପ୍ରୟାଣ ଗାଡି ଯୋଗାଇବା, ମୃତ ଦେହ ସଂରକ୍ଷଣ ବ୍ୟବସ୍ଥା, ରକ୍ତ ସଂରକ୍ଷଣ ବ୍ୟବସ୍ଥା ପ୍ରମୁଖ ମୁଦା ରହିଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ବିଜେପି ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଅନୁଷ୍ଟିତ ହୋଇଥିବା ବେଳେ ଘୁମୁସର ଜିଲ୍ଲା ସଦସ୍ୟ ଶ୍ରିନିବାସ ଭଞ୍ଜଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଥିବା ବେଳେି ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପିତ ସରୋଜ ଭଞ୍ଜ, ଦେବାଶିଷ ପଣ୍ଡା,ସାଗର ରଣା, ଧବଳେଶ୍ୱର ନାୟକ, ହରିଡା ପଦର ମଣ୍ଡଳ ସଭାପତି ସନ୍ତୋଷ ସ୍ୱାଇଁ, ସ୍ମୃତି ରଞ୍ଜନ ଲେଙ୍କା, ଉଜ୍ଜଳ କୋର୍ଡିନେଟର ନିଗମ ନନ୍ଦ ସ୍ୱାଇଁ, ଗୁଣ୍ଠପଡା ମଣ୍ଡଳ ସଭାପତି ରାମକୃଷ୍ଣ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।



