Thursday, November 12, 2026
Home ଆଞ୍ଚଳିକ ଚଳନ୍ତା ଟ୍ରକରୁ ଖସୁଛି ବଡବଡ ପଥରଖଣ୍ଡ, ତାଗିଦପରେ ପ୍ରଶାସନକୁ ଖାତିର କରୁନାହାନ୍ତି ଗାଡି ଚାଳକ

ଚଳନ୍ତା ଟ୍ରକରୁ ଖସୁଛି ବଡବଡ ପଥରଖଣ୍ଡ, ତାଗିଦପରେ ପ୍ରଶାସନକୁ ଖାତିର କରୁନାହାନ୍ତି ଗାଡି ଚାଳକ

65

ଜଟଣୀ,୫/୬(ଜିଲ୍ଲା ଖବର) : ଚଳନ୍ତା ପଥର ବୋଝେଇ ଟ୍ରକରୁ ବଡବଡ ପଥଋକ୍ଷତ୍ପ ଖସୁଥିବା ଘଟଣା ଜଟଣୀ ସହରରେ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ଓ ପଥଚାରୀମାନେ ଭୟଭିତ ଅବସ୍ଥାରେ ଯାତାୟତ କରୁଥିବା ସହିତ ଅଳ୍ପକେ ବଚିଂଯାଉଥିବା ନିରିହ ମାନଙ୍କ ସମସ୍ୟାକୁ ପ୍ରଶାସନ ଦୃଦୟଙ୍ଗମ କରୁନଥିବା ଅଭିଯୋଗ ହେଉଛି । ବ୍ୟବସାୟୀକ ସହର ଜଟଣୀରେ ବାରମ୍ବାର ମରଣାତ୍ମକ ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କୈାଣସି କଡା ଆଭିମୂଖ୍ୟ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ସହରର ମୂଖ୍ୟ ରାସ୍ତାରେ ବାରମ୍ବାର ଚଳନ୍ତା ଟ୍ରକରୁ ବଡବଡ ପଥରମାନ ଖସି ଅଳ୍ପକେ ଲୋକମାନଙ୍କର ଜିବନ ବର୍ତିଯାଉଥିବା ଦେଖିବାକୁ ମିଳୁଛି । ମାତ୍ର ଲୋକମାନେ ଏହାକୁ ଅଟକ ରଖି ଥାନାକୁ ଜଣାଇଥିଲେ । ଶୁକ୍ରବାର ପୁର୍ବାହ୍ନରେ ଏକ ପଥର ବୋଝେଇ ଟିପର ଖୋର୍ଦ୍ଧାରୁ ପିପିଲି ଅଭିମୂଖେ ଯାଉଥିବା ବେଳେ ଜଟଣୀ ସୀତାରାମଛକ ନିକଟରେ ସେଥିରୁ ରାସ୍ତାସାରା ବଡବଡ ପଥରଖଣ୍ଡ ଖସିପଡିଥିଲା । ଉକ୍ତ ଟିପର ପଛପଟେ ଯାଉଥିବା ୨ଜଣ ବାଇକ ଚାଳକ ଜିବନବିକଳରେ ରାସ୍ତାକଡକୁ ବାଇକସହିତ ଖସିଯାଇଥିଲେ । ବାଇକ ଚାଳକଦ୍ୱୟ ସାମାନ୍ୟ ଆହତ ହୋଇଥିଲା ବେଳେ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବର୍ତିଯାଇଥିବା କହିଛନ୍ତି । ଅନ୍ୟ ପକ୍ଷରେ ପଛରେ ଯାଉଥିବା ଲୋକମାନେ ବାରମ୍ବାର ଏହିପରି ଦୁର୍ଘଟଣାର ଶିକାର ହେଉଥିବା କୁହାଯାଇଛିି । ସେହିପରି ୨୦୨୦ ମସିହା ଯାନୁୟାରୀ ମାସ ୩ତାରିଖ ସଂଧ୍ୟା ଓ ଫେବୃୟାରୀ ମାସ ୧୦ ତାରିଖ ଭୋର ସମୟରେ ଏହିପରି ପଥର ଖସିଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ସେଥି ମଧ୍ୟରୁ ଡମ୍ଫର ଟ୍ରକ ନଂ(ଓଡି ୨୩ ଇ ୧୬୭୦)କୁ ପୁଲିସ ଅଟକ ରଖିଥିଲା । ଗତବର୍ଷ ଲକଡାଉନ ସମୟରେ ଚଳନ୍ତା ଟ୍ରକରୁ ଏକ ବିରାଟକାୟ ପଥରଖଣ୍ଡ ଖସିପଡିବା ଫଳରେ ଟ୍ରକ ପଛପଟେ ଯାଉଥିବା ଜଣେ ସାଇକେଲ ଆରୋହୀଙ୍କ ଅଳ୍ପକେ ଜିବନ ବଚିଂଯାଇଥିବା ପ୍ରତ୍ୟେକ୍ଷ ଦର୍ଶିଙ୍କଠାରୁ ସୁଚନାମିଳିଥିଲା । ମାତ୍ର ଏହିଘଟଣା ଏଠାରେ ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ ପକ୍ଷରୁ କୈାଣସି ପ୍ରତିବନ୍ଧକ ଲଗାଯାଉନାହିଁ । ସମସ୍ୟା ଉପୁଜିବା ବେଳେ ସାଧାରଣ ଲୋକମାନଙ୍କ ଅଭିଯୋଗକୁ ପ୍ରଶାସନିକଧିକାରୀମାନେ ବେଖାତିର କରୁଥିବା ଅନେକଥର ଅଭିଯୋଗ ହୋଇଛି । ଏଠାରେ ପ୍ରଶ୍ନ ଉଠୁଛି, ଏହି ଘଟଣା ଯଦି ଛୋଟପିଲାମାନଙ୍କ ଯାତାୟତ ସମୟରେ ହେଉ କିମ୍ବା ଜନଗହଳିପୁର୍ଣ୍ଣ ସ୍ଥାନରେ ହୋଇଥାନ୍ତା ତେବେ କେତେ ଜଣଙ୍କ ଜିବନ ଅନ୍ୟଥାରେ ହାନି ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକେ ପ୍ରଶାସନକୁ ସୁଚାଇଥିଲେ ।
ରିପୋର୍ଟ, ସଞ୍ଜୀବ କୁମାର ।