Thursday, November 12, 2026
Home ଆଞ୍ଚଳିକ ଶତାୟୁ ବୃଦ୍ଧଙ୍କ ପରଲୋକ

ଶତାୟୁ ବୃଦ୍ଧଙ୍କ ପରଲୋକ

70

ଜଟଣୀ,୫/୬(ଜିଲ୍ଲା ଖବର) : ଜଟଣୀ ନିକଟସ୍ଥ ଜୋରକଣୀ ଗ୍ରାମରେ ଜଣେ ଶତାୟୁ ବୃଦ୍ଧବ୍ୟକ୍ତିଙ୍କ ପରଲୋକ ଘଟିଛି । ଅଂଚଳର ଜଣେ ପୁରୁଖା ବୟଜ୍ୟେଷ୍ଠ ବ୍ୟକ୍ତିଭାବେ ଜଣାଶୁଣା ଥିଲେ । ଏନେଇ ଜୋରକଣୀ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଜୋରକଣୀ ଗ୍ରାମର ଗୋବିନ୍ଦ ବାରିକ(୧୦୧)ଙ୍କ ତାଙ୍କ ଗ୍ରାମ୍ୟ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା । ସେ ୧୯୨୧ ମସିହା ଜୁନ ୧ ତାରିଖରେ ଜୋରକଣୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବେଳେ ଜୋରକଣୀ ଗ୍ରାମରେ ୨୦୨୧ ମସିହା ଜୁନ ମାସ ୨ ତାରିଖରେ ମୃତ୍ୟୁ ବରଣ କରିଛନ୍ତି । ଗୋବିନ୍ଦ ଗ୍ରାମ୍ୟ ମହାବୀର ମନ୍ଦିରର ପୁରାତନ ପୂଜକ ଓ ପ୍ରତିଷ୍ଠାତାଥିବା ବେଳେ କଟକ ଚାରିବାଟିଆ ସ୍ଥିତ ୧୨୦ ବାଟାଲିୟନ କ୍ୟାଟିଂନଷ୍ଟାଫ ଭାବେ କାର୍ଯ୍ୟ କରି ପ୍ରଶସାଂର ପାତ୍ର ହୋଇଥିଲେ । ସେହିପରି ଗ୍ରାମର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିବା ଗ୍ରାମବାସୀମାନେ ମତବ୍ୟକ୍ତ କରିଛନ୍ତି ।

ରିପୋର୍ଟ, ସଞ୍ଜୀବ କୁମାର ।