
ଶେରଗଡ,୫/୬(ଜିଲ୍ଲା ଖବର) : ଶେରଗଡ଼ ଦକ୍ଷିଣ ଘୁମୁସର ବନଖଣ୍ଡ ଧରାକୋଟ ସେକ୍ସନ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆମ୍ବଠାବନ ବୃକ୍ଷରୋପଣ ଅଂଚଳରେ ୪ ଟି ଓସ୍ତ ବୃକ୍ଷ ରୋପଣ କରାଯାଇଥିଲା ଏବଂ ଗତ ବର୍ଷ ହୋଇଥିବା ବୃକ୍ଷ ରୋପଣର ଅନୁଧ୍ୟାନ କରି ବୃକ୍ଷ ଗୁଡିକ ନିଜଠାରୁ ବଡ଼ ହୋଇଥିବାର ଦେଖି ସମସ୍ତେ ଖୁସି ହୋଇ ଫରେଷ୍ଟ ଡିପାର୍ଟମେଣ୍ଟକୁ ସାଧୁବାଦ ଜଣାଇଥିଲେ ଏଥିରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଅଜିତ କୁମାର ଜେନା, ଫରେଷ୍ଟର ଶ୍ରୀ ଅକ୍ଷୟ କୁମାର ତ୍ରିପାଠୀ,ବିଟ୍ ଗାର୍ଡ ଚୁମୁକି ନାୟକ,ଟ୍ରି ଫାଉଣ୍ଡେସନ ଶେରଗଡ଼ର ସେକ୍ରେଟାରୀ ଶ୍ରୀ ନିରାକାର ବିଷୋୟୀ ଏବଂ ଲକ୍ଷ୍ମଣ ବିଷୋୟୀ, ପବିତ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।


