Monday, November 16, 2026
Home ଆଞ୍ଚଳିକ ମହିଳାଙ୍କୁ ଗଳାକାଟି ହତ୍ୟା

ମହିଳାଙ୍କୁ ଗଳାକାଟି ହତ୍ୟା

108

ଶେରଗଡ,୫/୬(ଜିଲ୍ଲା ଖବର) : ଶେରଗଡ଼ ଅନ୍ତର୍ଗତ ସୁବଳୟା ପଲ୍ଲୀ ଗ୍ରାମ ନିକଟସ୍ଥ ଯାତ୍ରୀ ବିଶ୍ରାମାଗାରେ ନିକଟରେ ଏକ ମହିଳା ଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି l ମୃତକ ଜଣକ ଡ଼େଙ୍ଗାପଦର ଗ୍ରାମର ମାର୍କଣ୍ଡ ନାଇକ ଙ୍କ ସ୍ତ୍ରୀ ମଞ୍ଜୁଳା ନାଇକ ବୋଲି ଜଣାପଡିଛି l ହେଲେ ତାଙ୍କର ଗଳାକାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି l ମହିଳାଜଣକ ବିକଳାଙ୍ଗ ଥିଲେ l ଘଟଣାସ୍ଥଳରେ ଶେରଗଡ଼ i i c ମମତା ସାମନ୍ତରାୟ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି l
ରିପୋର୍ଟ, ନୀଳାଞ୍ଚଳ ମହାପାତ୍ର