Wednesday, November 18, 2026
Home ଆଞ୍ଚଳିକ ପୋଲସରା ବସଷ୍ଟାଣ୍ଡ୍ ଓ ବୁଗୁଡ଼ା ମଦନମୋହନ ଛକ ଠାରେ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ

ପୋଲସରା ବସଷ୍ଟାଣ୍ଡ୍ ଓ ବୁଗୁଡ଼ା ମଦନମୋହନ ଛକ ଠାରେ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ

35

ବୁଗୁଡା,୫/୬(ଜିଲ୍ଲା ଖବର) : ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ପୋଲସରା ବସଷ୍ଟାଣ୍ଡ୍ ଓ ବୁଗୁଡ଼ା ମଦନମୋହନ ଛକ ଠାରେ ମାଗଣା ରନ୍ଧା ଖାଦ୍ୟ ଆଜି ୧୬ ଦିନରେ ପହଂଚିଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉକ୍ତ ସ୍ଥାନମାନକୁ ଯାଇ ତଦାରଖ କରିବା ସହ ଗରିବ ଓ ଶ୍ରମିକମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି।ସରକାରଙ୍କ କୋଭିଡି ନିୟମାନୁଯାଇ ଲକଡାଉନ ଥିବା ପର୍ଯ୍ୟନ୍ତ ମାଗଣା ରନ୍ଧା ଖାଦ୍ୟ ଗରିବ ଓ ଶ୍ରମିକ ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ରିପୋର୍ଟ,ଅଖିଳ କୁମାର ପଟ୍ଟନାୟକ ।