
ନୂଆଦିଲ୍ଲୀ, ୦୫/୦୬/୨୧ (ଜିଲ୍ଲା ଖବର): ଗିରଫ ହେଲେ ଟିଭି ଦୁନିଆଁର ଜଣାଶୁଣା ଅଭିନେତା Pearl V Puri । ରେପ ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ରିପୋର୍ଟ ମୁତାବିକ, ଅଭିନେତାଙ୍କ ଉପରେ ଜଣେ ମହିଳା ରେପ ଅଭିଯୋଗ କରିଛନ୍ତି । ଉକ୍ତ ମହିଳା ଏବଂ ତାଙ୍କ ପରିବାର ପର୍ଲ ଭି ପୁରୀଙ୍କ ବିରୋଧରେ ଅଭିଯୋଗ କରିବା ପରେ, ୪ ଜୁନ ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଗିରଫ କରିଛି । ଏବେ ସେ ପୁଲିସ ହେପାଜତରେ ଅଛନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି ସୂଚନା ସାମ୍ନାକୁ ଆସି ନାହିଁ ।
ପ୍ରକାଶ ଥାଉକି, ଗତବର୍ଷ ଅକ୍ଟୋବର ମାସରେ ପର୍ଲଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ସେତେବେଳେ ସେ ତାଙ୍କ ଶୋ’ର ସୁଟିଂରେ ବ୍ୟସ୍ତ ଥିଲେ । କିଛି ଦିନ ପୂର୍ବରୁ ଏକ ଶୋ’ରେ ସେ କହିଥିଲେ ଯେ, ତାଙ୍କ ପିତା ଚାହୁଁନଥିଲେ ସେ ଅଭିନେତା ହୁଅନ୍ତୁ ବୋଲି । ଯେଉଁଥିପାଇଁ ସେ ଘର ଛାଡି ଚାଲି ଆସିଥିଲେ । ପାଖରେ ଟଙ୍କା ବଞ୍ଚିନଥୁଲା, ଆଉ ସେ ପାନିପୁରୀ ଖାଇ ଭୋକ ମେଣ୍ଟାଉଥିଲେ । ଏମିତି ବି ଏକ ସମୟ ଥିଲା, ସେ ୯ ଦିନ କିଛି ନଖାଇ ରହିଥିଲେ ।
୨୦୧୩ରେ ସେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୩ରେ ଟେଲି ଧାରାବାହିକ,’ଦିଲ କି ନଜର ସେ ଖୁବସୁରତ’ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ । ଏହାପରେ ଅନେକ ଧାରାବାହିକରେ ଅଭିନୟ, କରି ନିଜ ଅଭିନୟର ଜଲଓ୍ବା ଦେଖାଇଛନ୍ତି । ଏହା ବ୍ୟତୀତ ସେ କିଛି ରିଆଲିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି ।




