Wednesday, November 11, 2026
Home ଆଞ୍ଚଳିକ ପୁଣି ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଲେ ହ୍ରିତିକ୍ ରୋଶନ

ପୁଣି ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଲେ ହ୍ରିତିକ୍ ରୋଶନ

31

ନୂଆଦିଲ୍ଲୀ, ୦୫/୦୬/୨୧ (ଜିଲ୍ଲା ଖବର) :  କରୋନାର ଏଭଳି କଠିନ ସମୟରେ ଅନେକ ସେଲିବ୍ରେଟି ଲୋକଙ୍କ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି । ଠିକ୍ ସେମିତି ପୁଣି ଥରେ ବଲିଉଡ ଅଭିନେତା ହ୍ରିତିକ ରୋଶନ  ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ (CINTAA) ର ସାଥି ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି ।

 ୨୦ ଲକ୍ଷ ଟଙ୍କା ଡୋନେସନ ଦେଇଛନ୍ତି ସେ ।  ଏବଂ ଦାରିଦ୍ରତାର ସୀମା ରେଖା ତଳେ, ଥିବା ଲୋକଙ୍କ ପାଇଁ ରାସନ କିଟ ମଧ୍ୟ ପ୍ରଦାନ କରିଛନ୍ତି ।  ଯାହା ୫୦୦୦ ସଦସ୍ୟଙ୍କୁ ସହାୟକ ହେବ ।  

ଏହା ପୂର୍ବରୁ ମଧ୍ୟ ହ୍ରିତିକ ରୋଶନ CINTAAକୁ ୨୫ ଲକ୍ଷ ଟଙ୍କା ଦାନ କରିବାକୁ ଆଗକୁ ଆସିଥିଲେ । ଯାହା ଦ୍ବାରା ୪ ହଜାର କଳାକାର ଏବଂ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଥିଲା । ଏ ସମ୍ପର୍କରେ କହିଥିଲେ, CINTAAର ସାଧାରଣ ସମ୍ପାଦକ ଅମିତ୍ ବହଲ ।