Sunday, November 15, 2026
Home ଆଞ୍ଚଳିକ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ହଟାଇଲା ଟ୍ୱିଟର

ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ହଟାଇଲା ଟ୍ୱିଟର

8

୦୫/୦୬/୨୧ (ଜିଲ୍ଲା ଖବର) :  ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ହଟାଇଲା ଟ୍ୱିଟର । ଯାହାକୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଗଲାଣି। ପ୍ରକୃତରେ କଣ ହୋଇଛି ତାକୁ ନେଇ ସବୁଠି ଚର୍ଚ୍ଚା। ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଟ୍ୱିଟରରେ ବ୍ଲୁ ଟିକ ମାର୍କ ଗ୍ରହଣ କରିବାକୁ ହେଲେ ବ୍ୟକ୍ତିଙ୍କ ଆକାଉଣ୍ଟ୍ ପ୍ରାମାଣିକ, ଉଲ୍ଲେଖନୀୟ ଏବଂ ସକ୍ରିୟ ହେବା ଜରୁରୀ। ତେବେ ଏ ନେଇ କିଛି ଲୋକ ମତ ପ୍ରକାଶ କରିଛନ୍ତି ଯେ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟ ଦୀର୍ଘ ଦିନ ସକ୍ରିୟ ନଥିବାରୁ ଏପରି ହୋଇଥାଏପାରେ।

କାରଣ ଶେଷ ଥର ପାଇଁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଗତବର୍ଷ ୨୩ ଜୁଲାଇ ୨୦୨୦ରେ ନିଜ ଆକାଉଣ୍ଟରୁ ଟୁଇଟ୍ କରିଥିଲେ। ଏହାପରେ ଆକାଉଣ୍ଟରୁ କୌଣସି ଟୁଇଟ୍ କରାଯାଇନଥିଲା। କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିର୍ଦ୍ଦେଶାବଳୀକୁ ଟ୍ବିଟର୍ ଏପର‌୍ୟ୍ୟନ୍ତ ଅନୁମୋଦନ କରି ନଥିବା ଜଣାପଡ଼ିଛି।