Sunday, November 15, 2026
Home ଆଞ୍ଚଳିକ ଆଦିତ୍ୟ ଧରଙ୍କ ହାତ ଧରିଲେ ୟାମି ଗୌତମ

ଆଦିତ୍ୟ ଧରଙ୍କ ହାତ ଧରିଲେ ୟାମି ଗୌତମ

10

ନୂଆଦିଲ୍ଲୀ, ୦୫/୦୬/୨୧ (ଜିଲ୍ଲା ଖବର) : ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଚୁଲବୁଲି ନାୟିକା ୟାମି ଗୌତମ । ଆଦିତ୍ୟ ଧରଙ୍କୁ ସେ ନିଜର ଜୀବନ ସାଥି କରିଛନ୍ତି । କରୋନା ଏବଂ ଲକଡାଉନକୁ ଦୃଷ୍ଟିରେ ରଖି ଖୁବ୍ କମ୍ ଲାକଙ୍କ ଉପସ୍ଥିତିରେ ସେମାନଙ୍କ ବିବାହ କାଯ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ୟାମି ଏବଂ ଆଦିତ୍ୟ ସୋସିଆଲ ମିଡିଆରେ ତାଙ୍କର ଏକ ଖୁବ୍ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲାଲ ଲେହେଙ୍ଗାରେ ୟାମି ନଜର ଆସୁଥିବା ବେଳେ, ଆଦିତ୍ୟ କ୍ରୀମ ଏବଂ ଲାଲ ବୋଡର ସେରଓ୍ବାନୀ ପିନ୍ଧିଥିବା ନଜର ଆସୁଛନ୍ତି । ତାଙ୍କ ବିବାହର ଫଟୋରେ ଫ୍ୟାନ୍ସମାନ ତାଙ୍କୁ ଶୁଭକାମନା ଜଣାଉଛନ୍ତି ।  

ଫଟୋ ସେୟାର କରି ୟାମି ଓ ଗୌତମ ଲେଖିଛନ୍ତି ଯେ, ଆମ ପରିବାରର ଆର୍ଶିବାଦରୁ ଆମେ ଏକ ଘରୋଇ ସେରେମୋନି ରେ ବିବାହ କରିଛୁ । ଏହି ଖୁସିର ମୂହୁର୍ତ୍ତକୁ ଆମେ ଆମ ପରିବାର ସହିତ ବିତାଇଛୁ । ଆମକୁ ଆମ ପ୍ରେମ ଓ ବନ୍ଧୁତା ସହିତ ଏହି ଯାତ୍ରା ପାଇଁ ଆପଣମାନଙ୍କ ପ୍ରାଥନା ଏବଂ ଆର୍ଶିବାଦ ଆବଶ୍ୟକ  । ପ୍ୟାର ୟାମି  ଏବଂ ଆଦିତ୍ୟ ।

ତେବେ ତାଙ୍କର ଏପରି ଅଚାନକ ବିବାହକୁ ନେଇ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ପ୍ରକାଶ ଥାଉକି, ୟାମି ଗୌତମ ଏବଂ ଆଦିତ୍ୟ ଧର ଫିଲ୍ମ’ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍’ରେ ସାଥିରେ କାମ କରିଥିଲେ । ଏଥିରେ ୟାମିଙ୍କ ଚରିତ୍ରକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ଫିଲ୍ମ ସମୟରେ ହିଁ ଦୁହେଁ ପ୍ରେମରେ ପଡି ଯାଇଥିଲେ ।