Thursday, November 12, 2026
Home ଆଞ୍ଚଳିକ କରୋନା ସଂକ୍ରମିତ ହେଲେ ବିକାଶ ଗୁପ୍ତା

କରୋନା ସଂକ୍ରମିତ ହେଲେ ବିକାଶ ଗୁପ୍ତା

11

ନୂଆଦିଲ୍ଲୀ, ୦୫/୦୬/୨୧ (ଜିଲ୍ଲା ଖବର) : ଦେଶରେ କରୋନାକୁ ନେଇ ସ୍ଥିତି ବେଶ ଚିନ୍ତାଜନକ । ଅନେକ ଲୋକ କରୋନା ସଂକ୍ରମିତ ହେଉଥିବା ବେଳେ, ଅନେକ କରୋନାରେ ଆଖି ବୁଜୁଛନ୍ତି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା, ସେଲିବ୍ରେଟି ଯାଏଁ ସମସ୍ତେ ଏବେ କରୋନା ଜାଲରେ ଛନ୍ଦି ହୋଇ ପଡୁଛନ୍ତି ।

ତେବେ ନିକଟରେ ବିଗବସ  ଫେମ ତଥା ଟିଭି ପ୍ରଡ୍ୟୁସର ବିକାଶ ଗୁପ୍ତା, କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି । ଏବେ ସେ କ୍ବାରେଣ୍ଟାଇନରେ ଅଛନ୍ତି । ଏବଂ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ, ନିଜ ନିଜର ଟେଷ୍ଟ କରାଇ ନେବାକୁ କହିଛନ୍ତି ।

ବିକାଶ ଗୁପ୍ତା ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ମୁଁ ବହୁତ୍ ସାବଧାନ ରହିବା ପରେ ବି, ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଯଦି ଆପଣମାନଙ୍କ ମଧ୍ୟରୁ କେହି ମୋ ସଂସ୍ପର୍ଶରେ ଆସିଥାଆନ୍ତି, ତେବେ  ଦୟାକରି ନିଜର ଟେଷ୍ଟ କରାଇ ନିଅନ୍ତୁ ।  ସୁରକ୍ଷିତ ରୁହନ୍ତୁ ‘ ।