Thursday, November 12, 2026
Home ଆଞ୍ଚଳିକ ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

22

ଭୁବନେଶ୍ୱର, ୦୫/୦୬/୨୧ (ଜିଲ୍ଲା ଖବର) : ଆଉ ନାହାନ୍ତି ଓଡ଼ିଶାରେ ଘରେ ଘରେ ପରିଚିତ ବରିଷ୍ଠ ନାଟ୍ୟକାର ତଥା ଶଲାବୁଢାର ଅଭିନେତା ଅଟଳ ବିହାରୀ ପଣ୍ଡା। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଦେହାନ୍ତ ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି ।

ସେ ଲେଖିଛନ୍ତି, ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡିଶାର ବର୍ଷିଆନ କଳାକାର ଅଟଳବିହାରୀ ପଣ୍ଡାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ପ୍ରସିଦ୍ଧିଲାଭ କରିଥିବା ଅନେକ ସମ୍ୱଲପୁରୀ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ଦର୍ଶକୀୟ ଆଦୃତ ଲାଭ କରିଥିଲେ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।

ଅଟଳ ବିହାରୀ ପଣ୍ଡା କିଛି ଦିନ ହେଲା ଅସୁସ୍ଥ ଥିବାରୁ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଅଟଳ ବିହାରୀ ପଣ୍ଡାଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ସେ ହେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା । ସେ ଦୁଇ ଥର ରାଜ୍ୟରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।