Saturday, November 14, 2026
Home ଆଞ୍ଚଳିକ ୨୪ ଘଣ୍ଟାରେ ଦେଶରେ ୧, ୨୦, ୫୨୯ ନୂଆ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ଦେଶରେ ୧, ୨୦, ୫୨୯ ନୂଆ ଆକ୍ରାନ୍ତ ଚିହ୍ନଟ

15

ନୂଆଦିଲ୍ଲୀ, ୦୫/୦୬/୨୧ (ଜିଲ୍ଲା ଖବର) : ଦେଶରେ ଦିନକୁ ଦିନ କମୁଛି ସଂକ୍ରମଣ। ଯେଉଁ ହାରରେ ପ୍ରତ୍ୟେକ ଦିନ ସଂକ୍ରମଣ ଚିହ୍ନଟ ହେଉଥିଲେ ବର୍ତ୍ତମାନ ସେଥିରେ ସାମାନ୍ୟ ସୁଦ୍ଧାର ଆସିଛି। ଯାହାକୁ ନେଇ ଦେଶବାସୀ ଆଶ୍ୱସ୍ତି ଲାଭ କରିଛନ୍ତି। 

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧, ୨୦, ୫୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩, ୩୮୦ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୮୬, ୯୪, ୮୭୯ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୦୭୪୫ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୧, ୯୭, ୮୯୪ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୩୮୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୪୪୦୮୨ କୁ ବୃଦ୍ଧି ପାଇଛି। କରୋନା ମହାମାରୀ ଦେଶରୁ ସମ୍ପୂର୍ଣ୍ଣ ଭାବରେ ଯାଇନଥିବାବେଳେ ଏବେବି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ ରହିଛି।