
ଯାଜପୁର, ୦୫/୦୬/୨୧ (ଜିଲ୍ଲା ଖବର) : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁରେ ଅଗ୍ନିକାଣ୍ଡ । ନିଆଁ ଲାଗି ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଇଛି । ଗାଁର ଉମେଶ ସେଠୀଙ୍କ ଘରେ ଅଗ୍ନିକାଣ୍ଡ ଘଟି ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଓ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।



