
ଭୁବନେଶ୍ଵର, ୦୫/୦୬/୨୧ (ଜିଲ୍ଲା ଖବର) : ୟଶ୍ ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ ଜଳସମ୍ପଦ ବିଭାଗର 126ଟି ଘାଇ ହୋଇଥିଲା। ଏଥିରୁ 83ଟି ଘାଇର ମରାମତି ସରିଥିବା ବେଳେ ଆସନ୍ତା କାଲି 43ଟି ଘାଇର କାମ ସରିବ ବୋଲି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି। ସେହିପରି କ୍ଷୁଦ୍ର ଜଳସେଚନ ବିଭାଗର ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ 127ଟି ଘାଇ ହୋଇଛି।
କେନାଲରେ 103ଟି ଘାଇ ହୋଇଥିବା ବେଳେ 24ଟି ଚେକ ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି। ଏଥିରୁ 27ଟି ଘାଇର ମରାମତି ସରିଥିବା ବେଳେ ଆସନ୍ତା 20 ତାରିଖ ସୁଦ୍ଧା 92ଟି ଘାଇର ମରାମତି କାମ ସରିବ। ଅନ୍ୟ 8ଟି ଘାଇର ମରାମତି କାମ ମାସ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।


