Home ଅପରାଧ ଆଠ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ମାଫିଆ ଗିରଫ

ଆଠ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ମାଫିଆ ଗିରଫ

22

କୋରାପୁଟ,୦୫/୦୬/୨୧ (ଜିଲ୍ଲା ଖବର) : ପୁଣି ଆଠ କ୍ୱିଣ୍ଟାଲ ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଗଞ୍ଜେଇ ସହ ଦୁଇ ମାଫିଆଙ୍କୁ ଧରିଲା ପୋଲିସ । ତୁସୁବା ଗାଁ ନିକଟରେ ଦୁଇ ଜଣ ଆନ୍ତରାଜ୍ୟ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଉତ୍ତରପ୍ରଦେଶର ସୋନୁ କୁମାର ଏବଂ ଅନିକ ସିଂ।

ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ପୋଲିସ ଅଟକାଇ ଯାଞ୍ଚ କରିବା ସହ ଗଞ୍ଜେଇ ଜବତ କରିଥିଲା। ସୋନୁ କୁମାର ଏହାର ମାଷ୍ଟର ମାଇଣ୍ଡ ବୋଲି ପୋଲିସ କହିଛି। ଗଞ୍ଜେଇ ୟୁପିକୁ ଚୋରା ଚାଲାଣ କରାଯାଉଥିଲା ବୋଲି ପୋଲିସ ସୂଚନା ଦେଇଛି।