
ଭୁବନେଶ୍ବର , ୦୫/୦୬/୨୧ (ଜିଲ୍ଲା ଖବର) : ଆମ ରାଜ୍ୟରେ ବର୍ତ୍ତମାନ କରୋନା ପିକ ଅତିକ୍ରମ କରିସାରିଛି। ଧୀରେ ଧୀରେ ଏହା କମିବ ବୋଲି ଆଶା କରାଯାଉଛି। ଆଜି ଦ୍ଵିତୀୟ ଲହର ପିକ ପରେ ସବୁଠୁ କମ ୧୧.୨ ରହିଛି ପଜିଟିଭିଟି ରେଟ। ଏଣୁ ଲକଡାଉନ ସାରିବା ବେଳକୁ ଏହା ୫ ପ୍ରତିଶତ ତଳକୁ ଖସି ଆସିଥିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।
୫ ପ୍ରତିଶତ ତଳକୁ ଖସିଲେ ସରକାର କଟକଣା କୋହଳ କରିପାରିବେ। ରାଜ୍ୟ ପାଇଁ ସବୁଠୁ ଖରାପ ସ୍ଥିତି ଚାଲିଯାଇଛି। ଲୋକ ନିୟମ ଅନୁପାଳନ କଲେ ଆମେ କରୋନା ମୁକ୍ତ ଜୀବନ ବଞ୍ଚିପାରିବା ବୋଲି ସେ କହିଛନ୍ତି।
ତୃତୀୟ ଲହର ପାଇଁ ସରକାର ଆଗୁଆ କମିଟି କରିଛନ୍ତି। ଅନେକ ପଦକ୍ଷେପ ବି ନେଉଛନ୍ତି। ଯାହା ଫଳରେ ଦିତୀୟ ଲହରରେ ଯେଉଁ ସମସ୍ୟା ହେଲା ତୃତୀୟ ଲହରରେ ହେବନି। କିନ୍ତୁ ତୃତୀୟ ଲହର ବଡ଼ଧରଣର ଆସିବନି। ରିପୋର୍ଟ କହୁଛି ୨ କୋଟି ସଂକ୍ରମିତ ହେବେ କିନ୍ତୁ ମୃତ୍ୟ ସଂଖ୍ୟା ୪୦ ହଜାର ରହିବ।


