
କଟକ, ୦୫/୦୬/୨୧ (ଜିଲ୍ଲା ଖବର) : ମହାନଦୀକୁ ଡେଉଁଲେ ପତି-ପତ୍ନୀ। ପ୍ରଥମେ ସ୍ତ୍ରୀ ଡେଇଁଥିବା ବେଳେ ତାକୁ ବଞ୍ଚାଇବାକୁ ଯାଇ ସ୍ଵାମୀ ନଦୀକୁ ଡେଇଁଥିଲେ। କଟକ ଯୋବ୍ରା ଆନିକଟ ନିକଟରେ ଏହା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବିଭାଗ ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।ସୂଚନା ଅନୁସାରେ, ପାରିବାରିକ କଳହରୁ ଏଭଳି ଆତ୍ମହତ୍ୟା ଉଦ୍ୟମ କରଯାଇଛି। ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ପରିଚୟ ମିଳି ପାରି ନଥିବା ବେଳେ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି ।



