
ଭୁବନେଶ୍ଵର,୦୫/୦୬/୨୧ (ଜିଲ୍ଲା ଖବର) : 18ରୁ 44 ବୟସ ବର୍ଗଙ୍କ ଦ୍ୱିତୀୟ ଡୋଜ ଟୀକାକରଣ ପାଇଁ ବିଏମସିର ପ୍ରସ୍ତୁତି। ଆସନ୍ତା 8 ଓ 9 ତାରିଖରୁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ। ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି କାର୍ଯ୍ୟକ୍ଷମ ହେବ । ପୂର୍ବରୁ ଗତ ମେ 3, 4 ଓ5 ତାରିଖରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ ଟୀକା ଦିଆଯିବ। ମୋବିଲାଇଜେସନ ସେଣ୍ଟର ଜରିଆରେ ଟୀକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବା ସହ ପୂର୍ବରୁ ଦେଇଥିବା କେନ୍ଦ୍ରରେ ହିଁ ଦିଆଯିବ ଟୀକା। ତେବେ ଯେଉଁମାନେ କୋଉଇନ ଆପ ଜରିଆରେ ସ୍ଲଟ ବୁକିଂ କରି ଟୀକା ନେଇଥିଲେ ସେମାନଙ୍କୁ ପୁଣି ସ୍ଲଟ ବୁକିଂ କରିବାକୁ ହେବ।ଟୀକାର ପରିମାଣକୁ ଦୃଷ୍ଟିରେ ରଖି ଟୀକାକରଣ କରାଯିବ। ଏ ନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି


