
ଶିମିଳିପାଳ,୦୫/୦୬/୨୧ (ଜିଲ୍ଲା ଖବର) : ଶିମିଳିପାଳ ଜଙ୍ଗଲ ମଧ୍ୟରେ ଥିବା ଏକ ପାନ୍ଥ ନିବାସରୁ ଏକ ବିଷାକ୍ତ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଗୁରୁବାର ରାତିରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପୀଠବଟା ରେଞ୍ଜ ଅଧିକାରୀଙ୍କ ପାଖରୁ ଖବର ପାଇ ଜିଲ୍ଲାର ଅଭିଜ୍ଞ ସାପଧରାଳୀ କ୍ରିଷ୍ଣା ଗୋଚ୍ଛାଏତ୍ ଓ ତାଙ୍କ ସ୍ତ୍ରୀ ସସ୍ମିତା ଗୋଚ୍ଛାଏତ୍ ରାତି ପ୍ରାୟ ୮ ଟା ସମୟରେ ଉକ୍ତ ପାନ୍ଥ ନିବାସରେ ପହଞ୍ଚିଥିଲେ ।ସାପଟି ପାନ୍ଥ ନିବାସର ଏକ ଘରର ଦୁଆର ସମ୍ମୁଖରେ ଥିବାରୁ ସେହି ଘରେ ରହୁଥିବା କଲ ମୁଣ୍ଡା ଓ ସ୍ତ୍ରୀ କୁଲି ମୁଣ୍ଡା ଓ ତାଙ୍କର ଛୋଟ ପିଲା ଝରକା ଭାଙ୍ଗି ବାହାରକୁ ଆସି ରେଞ୍ଜରଙ୍କୁ ଖବର ଦେଇଥିଲେ। ତେବେ କ୍ରିଷ୍ଣା ଓ ତାଙ୍କ ସ୍ତ୍ରୀ ସାହସିକତାର ସହିତ ଉକ୍ତ ବିଷାକ୍ତ ସାପଟିକୁ ଧରି ଆଜି ଜଙ୍ଗଲରେ ଛାଡି ଦେଇଥିଲେ । ସାପଟିର ଲମ୍ବ ୮ ଫୁଟ ଥିବାବେଳେ ଏହାର ବୟସ ପାଖାପାଖି ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଜଣେ ମହିଳା ହୋଇ ସସ୍ମିତା ଭୟ ନକରି ଉକ୍ତ ସାପଟିକୁ ଉଦ୍ଧାର କରିଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି ।



