
୦୫/୦୬/୨୧ (ଜିଲ୍ଲା ଖବର) : ଆଜି ବିଶ୍ୱ ପରିବେଶ ଦିବସ । ଚଳିତବର୍ଷ ବିଶ୍ୱ ପରିବେଶ ଦିବସର ଥିମ ରହିଛି ପ୍ରମୋସନ ଅଫ ବାୟୋଫୁଏଲସ ଫର ବେଟର ଇନଭାଇରନମେଂଟ । ମାନେ ସୁସ୍ଥ ପରିବେଶ ପାଇଁ ଜୈବ ଇନ୍ଧନ । ଫସିଲ ପୁଏଲ ଯଥା ପେଟ୍ରୋଲ, ଡିଜେଲ ବା କୋଇଲା ଆଧାରିତ ବିଜୁଳି ପରିବେଶକୁ ଦୂଷିତ କରୁଛି । ଏହାର ବିକଳ୍ପ ହେବ ଜୈବ ଇନ୍ଧନ । ଅର୍ଥାତ ନୂଆ ଇନ୍ଧନର ଉତ୍ସ ବାହାରିବ । ଅଥବା ଫସିଲ ପୁଏଲରେ ଇଥାନଲର ମିଶ୍ରଣ ହେବ । ଯାହାକି ପରିବେଶକୁ ସୁରକ୍ଷା ଦେବାରେ ସହାୟକ ହେବ । ଜୈବ ଇନ୍ଧନ ମୁଖ୍ୟତ ଗଛଲତା ଏବଂ ପଶୁମାନଙ୍କ ବର୍ଜ୍ୟରୁ ତିଆରି ହୁଏ ଯାହାକି ଇନ୍ଧନର ପ୍ରକୃତି ଉପରେ କୁପ୍ରଭାବ ପକାଏ ନାହିଁ । ଏହି କାର୍ଯ୍ୟକ୍ରମରେ ମୋଦିଭାରତରେ୨୦୨୦-୨୦୨୫ରେ ଇଥାନଲ ମିଶ୍ରଣ ପାଇଁ ରୋଡମ୍ୟାପ ଉପରେ ବିଶେଷଜ୍ଞ କମିଟିର ରିପୋର୍ଟ ମଧ୍ୟ ପ୍ରକାଶ କରିବେ ।
ବିଶ୍ବ ପରିବେଶ ଦିବସକୁ ସ୍ମରଣୀୟ କରିବା ପାଇଁ ସରକାର ଇ-୨୦ ବିଜ୍ଞପ୍ତି ପ୍ରକାଶ କରି ତୈଳ କମ୍ପାନିଗୁଡିକୁ ଏପ୍ରିଲ ୧, ୨୦୨୩ରୁ ୨୦ ପ୍ରତିଶତ ପର୍ୟ୍ୟନ୍ତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପୁଣେର ୩ଟି ସ୍ଥାନରେ ଇ-୧୦୦ ବିତରଣ ଷ୍ଟେସନର ପାଇଲଟ ପ୍ରୋଜେକ୍ଟ ମଧ୍ୟ ଉନ୍ମୋଚନ କରିବେ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମିଳିତ ଭାବେ ଏହି କାର୍ୟ୍ୟକ୍ରମ ଆୟୋଜନ କରୁଛନ୍ତି। ଆଜି ଦିନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ୟ୍ୟକ୍ରମରେ ଯୋଗାଦେବେ ।
ବିଶ୍ୱ ଜଳବାୟୁ ପରିବର୍ତ୍ତନର ଭୟାବହ ପରିସ୍ଥିତି ଦେଇ ଗତି କରୁଛି । ଭାରତ ଭଳି ଦେଶ ପରିବେଶ ସନ୍ତୁଳନ ରକ୍ଷାରେ ବଡ ଭୂମିକା ନେଇଛନ୍ତି । ଦେଶରେ ପରିବେଶକୁ ପ୍ରଭାବିତ କରିବାରେ ଫସିଲ ଫୁଏଲର ବଡ ଭୂମିକା ରହିଛି । ବିଶ୍ୱ ସମୁଦାୟର ଦାୟିତ୍ବ ସମ୍ପନ୍ନ ଦେଶ ଭାବରେ ଭାରତ ସରକାରଙ୍କର ନୂଆ ବାୟୋଫୁଏଲ ନୀତି ଉପରେ ସମଗ୍ର ବିଶ୍ବର ନଜର ରହିଛି ।


