Saturday, November 14, 2026
Home ଆଞ୍ଚଳିକ ଖୁବ ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ

ଖୁବ ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ

5

୦୫/୦୬/୨୧ (ଜିଲ୍ଲା ଖବର) : ଖୁବ ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ। ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି। ଖରା ସାଙ୍ଗକୁ ଗୁଳୁଗୁଳି ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି। ଏଥର ଠିକ୍ ସମୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୋଲି ସୂଚନା ରହିଛି । କେରଳକୁ ୨ ଦିନ ବିଳମ୍ବରେ ମୌସୁମୀର ଆଗମନ ହୋଇଥିଲେ ସୁଦ୍ଧା ଓଡ଼ିଶାକୁ ଆଗମନରେ ବିଳମ୍ବ ହେବ ନାହିଁ। ଆସନ୍ତା ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।

ଏହା ମୌସୁମୀକୁ ସକ୍ରିୟ କରିବ ଓ ଓଡ଼ିଶାର ଅଧିକାଂଶ ଜିଲ୍ଲା ସମେତ ପଶ୍ଚିମବଙ୍ଗ, ସିକିମ୍‌, ଝାରଖଣ୍ଡ, ବିହାର ଓ ଛତିଶଗଡ଼ ସମେତ ମହାରାଷ୍ଟ୍ରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।