Home ଆଞ୍ଚଳିକ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ

କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ

111

ବ୍ରହ୍ମପୁର, ୨୧/୧୦(ଅନିଲ କୁମାର ଚୌଧୁରୀ) : ବ୍ରହ୍ମପୁର ମହାନଗରର ଆସିକା ରୋଡ ସୁବୁଦ୍ଧି ଦେବୀ ବିଦ୍ୟାଳୟର ସୁରଭି ୨୦୧୯ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତା୧୯-୧୦୧୯ରିଖ ଶନିବାର ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଏ ବି ଇ ଓ ଲୋକନାଥ ପାଢୀ, ଏ ବି ଇ ଓ ରବିନ୍ଦ୍ର ନାଥ ତ୍ରିପାଠୀ, ପୂର୍ବତନ କୋରପରେଟର ଅଶୋକ ଶୁକ୍ଳ, ପ୍ରଧାନ ଶିକ୍ଷକ ମହମ୍ମଦ ଜାହିରରୁଦିନ ପ୍ରଦୀପ ଜାଳି ଶୁଭାରମ୍ଭ କରିଥିଲେ ।କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତୀ ସହକାରୀ ଶିକ୍ଷକ ଓ ଶିକ୍ଷୟତୀ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ଆଗେଇ ନେଇଥିଲେ ।

ସି ଆର ସି ସି ଜୟସେନ ପ୍ରଧାନ ଓ ମହାନଗର ଏଲିମେଣ୍ଟରି ଶିକ୍ଷକ ସଂଘ ସଭାପତି ରାଜେଶ କୁମାର ତାରିଣୀଙ୍କ ତତ୍ତ୍ୱାବଧାନରେ ଦିନ ତମାମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କ୍ଲଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା, କୁଇଜ,ଚିତ୍ରକଳା, ସଂଗୀତ ଓ ଶ୍ରୃତିଲିଖନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।


କାର୍ୟ୍ୟକ୍ରମର ୨ୟ ଭାଗରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯ଟି ନୃତ୍ୟଦଳ ନିଜ ନିଜର ଦଳଗତ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୁଗ୍ଧ କରିଥିଲେ ।ପରିବେଶ ସୁରକ୍ଷା ଓ ଏକତା ହିଁ ବଳ ଉପରେ ଛାତ୍ରଛାତ୍ରୀ ନିପୁଣ ଓ ନିଖୁଣ ନୃତ୍ୟ ପରିବେଷଣ କରିଥିଲେ ।ଶେଷରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୁକ୍କାୟିତ ପ୍ରତିଭାକୁ ଆଗେଇ ଆଣିବା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚିୟାଊପଟନାୟକ, ପୂର୍ବତନ ବି ଡି ଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ କୋରପରେଟର ଅଶୋକ ଶୁକ୍ଳ, ସମାଜସେବୀ ଅନିଲ କୁମାର ଚୌଧୁରୀ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ।ପରିବେଶ ଉପରେ ଆଧାରିତ ଦଳ ଗତ ନୃତ୍ୟ ପରିବେଷଣ କରି ଜଗବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧ମ ସ୍ଥାନ ଅଧିକାର କରିନଥିଲେ ।ଶେଷରେ ପ୍ରଧାନ ଶିକ୍ଷକ ମହମ୍ମଦ ସାର ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।