
ବାଲିଗୁଡ଼ା, ୫/୬{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି ସେଥିରୁ ବାଦ ପଡିନି ତୁମୁଡିବନ୍ଧ ବ୍ଲକ I ତୁମୁଡିବନ୍ଧ ବ୍ଲକ ତହସିଲଦାର ଅନୁରାଧା ମଲ୍ଲିକ କିପରି କରୋନା ବୃଦ୍ଧି ନପାଇବ ସେନେଇ ତୁମୁଡିବନ୍ଧ ଜନସାଧାରଣ ଙ୍କୁ ସଚେତନତା କରିଆସୁଛନ୍ତି I ଯାତାୟାତ ର ସୁବିଧା ନଥିବା ହେତୁ ତହସିଲ କାର୍ଯ୍ୟାଳୟ କୁ କୌଣସି ଛାତ୍ରଛାତ୍ରୀ କିମ୍ବା ଜନସାଧାରଣ ଆସିପାରୁନାହାନ୍ତି ଓ କରୋନା ଯୋଗୁଁ କାର୍ଯ୍ୟାଳୟ ମଧ୍ୟ 12 ଟା ପ୍ରଯ୍ୟନ୍ତ ଖୋଲା ରହୁଛି କିନ୍ତୁ ସମସ୍ତଙ୍କୁ ପ୍ରବେଶ ନିଷେଧ କରାଯାଇଛି ତେଣୁ ସରକାର ରାଜସ୍ୱ ରଥ ଯୋଜନା ଆରମ୍ବ କରିଥିଲେ ତାହାକୁ ଆଖି ଆଗରେ ରଖି ତୁମୁଡିବନ୍ଧ ତହସିଲଦାର ଅନୁରାଧା ମଲ୍ଲିକ ଘରକୁ ଘର ଯାଇ କାଷ୍ଟ, ରେସିଡେଣ୍ଟ, ଇନକମ, ଲିଗାଲ ଓ ଅନ୍ୟାନ୍ୟ ସାର୍ଟିଫିକେଟ ଗୁଡିକ ଦେବା ସହ ଯାହାର ଯାହା ସମସ୍ୟା କୁ ତଦାରଖ କରିଛନ୍ତି ତେଣୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତହସିଲଦାର ଅନୁରାଧା ମଲ୍ଲିକ ଙ୍କୁ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଥିଲେ |









