Wednesday, November 11, 2026
Home ଆଞ୍ଚଳିକ ସାପ୍ତାହିକ ସଟଡାଉନରେ ପ୍ରବଳଭିଡ ଓ ଆମିଷ ବଜାର ଖୁଲମଖୁଲା

ସାପ୍ତାହିକ ସଟଡାଉନରେ ପ୍ରବଳଭିଡ ଓ ଆମିଷ ବଜାର ଖୁଲମଖୁଲା

65

ଜଟଣୀ,୪/୬(ଜିଲ୍ଲା ଖବର) : ମହାମାରୀ କରୋନା ସଂକ୍ରମଣ ଖୋର୍ଦ୍ଧାଜିଲାରେ ସାମାନ୍ୟ କମିଥିବା ବେଳେ ତଥାପି ପରିସ୍ଥିତି ଉଦବେଗଜନକ ରହିଛି । ସରକାର ଲକଡାଉନ ଅବଧୀ ବଢାଇବାକୁ ପରାମର୍ଶଦାତା କମିଟି ବୈଠକ ଡାକିଛନ୍ତି । ହେଲେ ଏସବୁ ସ୍ଥିତିକୁ ଦେଖିଲେ ଜଟଣୀରେ କରୋନାର କୈାଣସି ପ୍ରଭାବ ନଥିବା ଦେଖିବାକୁ ମିଳୁଛି । ଅତ୍ୟାବଶ୍ୟକ ତଥା ଔଷଧ ଦୋକାନ, ଗ୍ରୋସରୀ ଦୋକାନ,ପନିପରିବା ଓ ଗାଡିମରାମତି ଦୋକାନ ପ୍ରଭୃତିକୁ ବାଦଦେଲେ ଅନ୍ୟସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଧେଶ ଜାରିକରାଯାଇ ସ୍ୱତନ୍ତ୍ର ଆଇନ କରାଯାଇଛି । ବ୍ୟାଙ୍କଗୁଡିକ ଖୋଲା ରହୁଥିବାରୁ ସେଥିରେ ପ୍ରବଳ ଜନସମାଗମ ହେଉଛି । ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡିଦେଲ ଆଉ ସବୁ ବନ୍ଦ ରହିବ ବୋଲି ନିର୍ଦ୍ଧେଶ ରହିଥିବା ବେଳେ ମାତ୍ର ଏହାକୁ ଅନେକ ବ୍ୟବସାୟୀ ଖୋଲାଖୋଲିଭାବେ ଉଲଘଂନ କରୁଥିବା ଦେଖିବାକୁ ମିଳୁଛି । ବ୍ୟବସାୟୀମାନେ ଲୁଚାଛପାରେ ଯେତିକି ବ୍ୟବସାୟକରି ଜନସମାଗମ କରୁଛନ୍ତି ସେତିକି ମଧ୍ୟ ଖୁଲମଖୁଲାଭାବେ ବ୍ୟବସାୟ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ ଆରମ୍ଭ କରିଛନ୍ତି । ଏପରିକି ବ୍ୟବସାୟ ପ୍ରତିଷ୍ଠାନ ଲକଡାଉନ ଓ ସଟଡାଉନ ଅବଧୀ ସମୟରେ ଖୋଲି ତଣ୍ଡ ଗଣୁଛନ୍ତି । ହେଲେ ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛନ୍ତି । ଫଳରେ ଲୋକମାନେ କିଣାବିକା ଉଦ୍ୟେଶ୍ୟରେ ଲୁଚିଛପି ପଦାକୁ ଆସିଥାନ୍ତି । ଜିଲା ପ୍ରଶାସନର ନିର୍ଦ୍ଧେଶକ୍ରମେ ପୁଲିସ,ତହସିଲଦାର,ବିଡିଓ ଏବଂ ପୈାରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ୟବସାୟୀମାନଙ୍କଠାରୁ ଜୋରିମାନା ଆଦାୟ କରିବା ସହିତ ଆଉ କେତେକ ଦୋକାନଙ୍କୁ ସିଲ ମଧ୍ୟ କରୁଛି । ତଥାପି ଅମାନିଆ ବ୍ୟବସାୟୀମାନେ ଏହାକୁ ମାନୁନଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଶନିବାର ଓ ରବିବାର ସାପ୍ତାହନ୍ତ ସଟଡାଉନ ହୋଇଥିବା ବେଳେ ଅନ୍ୟଦିନ ଅପେକ୍ଷା ଜଟଣୀ ସହରର ହରିଭାଇନାଛକ,ରାଜାବଜାର, ହାଟବଜାର ଓ ବସ୍ତିଅଂଚଳଗୁଡିକରେ ଲୋକମାନଙ୍କ ଭିଡ ବେଶି ଦେଖିବାକୁ ମିଳୁଛି । ତେଣୁ ଏହାକୁ ଦୃଷ୍ଟିଦେଇ ପ୍ରଶାସନ ସଂକ୍ରମଣକୁ ରୋକିବାଲାଗି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ, ସଞ୍ଜୀବ କୁମାର ।