
ଜଟଣୀ,୪/୬(ଜିଲ୍ଲା ଖବର) : ଜଟଣୀ ରେଳପଥ ନୀଳାଚଳ ରନିଂରୁମ ନିକଟସ୍ଥ ସାଇବାବା ମନ୍ଦିରରୁ ଗୁରୁବାର ମଧ୍ୟରାତ୍ରିିରେ କେହି ଦୁର୍ବୁତ ହୁଣ୍ଡିଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଗୁରୁବାର ରାତ୍ର ୯ଟା ସମୟରେ ଠାକୁରଙ୍କ ନିତୀକାନ୍ତି ସରିବାପରେ ମନ୍ଦିରକୁ ଚାଲା ପକାଇ ଦିଆଯାଇଥିଲା । ଶୁକ୍ରବାର ପୁର୍ବାହ୍ନରେ ମନ୍ଦିରକୁ ପୂଜକ ଆସିବାପରେ ମନ୍ଦିରର ୩ଟି ତାଲା ଭଙ୍ଗାଯାଇ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏଥି ସହିତ ହୁଣ୍ଡିଭାଙ୍ଗି ସେଥିରୁ ସମସ୍ତଦାନ ଅର୍ଥକୁ ଲୁଟିନେଇଥିବା ଦେଖିବାକୁ ପାଇଥିଲେ । ଏନେଇ ସାଇବାବା ମନ୍ଦିର କମିଟିକୁ ଅବଗତ କରାଯାଇଥିଲା । ମନ୍ଦିର କମିଟି ତଥା ଶ୍ରୀସାଇ ଜଗନ୍ନାଥ ସେବାଶ୍ରମ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି ।
ରିପୋର୍ଟ,ସଞ୍ଜୀବ କୁମାର


