ଫୁଲବାଣୀ ମେଡ଼ିକାଲ ଡ୍ରାଇଭର ଗୁରୁତର

79

ବାଲିଗୁଡା, 04/06 {ସୁକାନ୍ତ କୁମାର ତ୍ରିପାଠୀ} : ଆଜି ଫୁଲବାଣୀ ମୁଖ୍ୟ ଡାକ୍ତରଖାନାର ଆର ଟି ପି ସି ଆର ଗାଡି ରାରସାମ୍ୟ ହରାଇ ଓଲଟି ଯିବା ଫଳରେ ଡ୍ରlଇଭର ରାଜ କିଶୋର ବେହେରା ଗୁରୁତର ଆହତ ହୋଇଥିବା ଜଣାପଡିଛି |ଖଜୁରୀପଡା ଥାନା ଅନ୍ତର୍ଗତ ସମରଡେଗା ବୁଲାଣି ରେ ଗାଡିଟିଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଡ୍ରାଇଭର, ରାଜ କିଶୋରକୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଖଜୁରିପଡ଼ା ଡ଼ାକ୍ତରଖାନା ଓ ପରେ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।ଖଜୁରୀପଡ଼ା ପୋଲିସ ଘଟଣାର ତଦନ୍ତ କରୁଛନ୍ତି |