Thursday, November 12, 2026
Home ଆଞ୍ଚଳିକ ଦେଶରେ ଆଉ 1 ଲକ୍ଷ 32 ହଜାର 364 କରୋନା ପଜିଟିଭ ଚିହ୍ନଟ

ଦେଶରେ ଆଉ 1 ଲକ୍ଷ 32 ହଜାର 364 କରୋନା ପଜିଟିଭ ଚିହ୍ନଟ

5

୦୪/୦୬/୨୧ (ଜିଲ୍ଲା ଖବର) :   ଦେଶରେ ଲଗାତାର କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୩୨ ହଜାର ୩୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨ ହଜାର ୭୧୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେପଟେ ୨ ଲକ୍ଷ ୭ ହଜାର ୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଲଗାତାର ୨୨ ଦିନରେ ଦେଶରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷରେ ଏଯାବତ ୨ କୋଟି ୬୫ ଲକ୍ଷ ୯୭ ହଜାର ୬୬୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି  ବର୍ତ୍ତମାନ ସୁଦ୍ଧା ଦେଶରେ ୨୨ କୋଟି ୪୧ ଲକ୍ଷ ୯ ହଜାର ୪୪୮ ଜଣ ଭ୍ୟାକ୍ସିନ୍ ନେଇ ସାରିଲେଣି ।